ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି । ବଙ୍ଗୋପସାଗର ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ । ଭାରତ ପାଣିପାଗ ବିଭାଗର ଅନୁଯାୟୀ, କୋମୋରିନ୍ ଅଞ୍ଚଳ ଏବଂ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିଝଡ଼ ପରିସର ଆଜି ସକାଳ ସକାଳ ୫ଟା ୩୦ରେ ଶ୍ରୀଲଙ୍କା ନିକଟରେ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି। ଏହା ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଅନ୍ୟପଟେ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ୨୬ରେ ସୃଷ୍ଟି ହେବ ବାତ୍ୟା ସେନ୍ୟାର । ମାଲାକା ଷ୍ଟ୍ରେଟ୍ ଓ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଏହା ଏବେ ସୁଦୃଶ୍ୟ ଲଘୁଚାପର ରୂପରେ ରହିଛି । ଆଇଏମ୍ଡି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ। ୨୮ ତାରିଖ ଯାଏଁ ଅଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କିନ୍ତୁ ଓଡ଼ିଶାକୁ ଏପର୍ଯ୍ୟନ୍ତ କୌଣସି ବର୍ଷା ସତର୍କତା ଦିଆଯାଇ ନାହିଁ। Post navigation Women’s Kabaddi World Cup 2025: ଭାରତୀୟ ମହିଳା ଦଳ ଜିତିଲା କବାଡି ବିଶ୍ୱକପ Debashish Samantaray Resigns: ବିଜେଡି ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ