ଭୁବନେଶ୍ୱର ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳୀନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି। ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ଦେଲେ ପରାମର୍ଶ । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ବ । ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କର । ସରକାରୀ ଵିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ସୋସିଆଲ୍ ମିଡିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ । ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ। ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ହେଲେ ଲୋକମାନଙ୍କ ପାଖରେ ନିଶ୍ଚିତ ଭାବରେ ପହଁଚି ପାରିବ । ଆଉ ତାହାର ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିଛି । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରୁ ଦାରିଦ୍ର୍ୟ ଦୂର ହେବ ଏବଂ ଲୋକଙ୍କ ମୁହଁରେ ହସ ଫୁଟି ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ତୃଣମୂଳ ସ୍ତରର ସରକାରୀ ଅଧିକାରୀଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । Post navigation District Collectors-SP Conference: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ Bihar CM: ଆସନ୍ତା ୨୦ରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର