ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳ ପାଇଁ ଏକତାବଦ୍ଧ ଭାବରେ ଠିଆ ହୋଇଥିବା ଏବଂ ଅକ୍ଳାନ୍ତ ପରିଶ୍ରମ କରିଥିବା ପ୍ରତ୍ୟେକ ନେତା, ଦଳୀୟ କର୍ମୀ ଏବଂ ପ୍ରତ୍ୟେକ ସମର୍ଥକଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇଛନ୍ତି ବିଜେଡି ସଭପରି ନବୀନ ପଟ୍ଟନାୟକ । ସେମାନଙ୍କର ପ୍ରତିବଦ୍ଧତା ଦଳର ପ୍ରକୃତ ଶକ୍ତି ବୋଲି ନବୀନ କହିଛନ୍ତି । ବିଜୟ ପାଇଁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନୂଆପଡାରେ ଅର୍ଥପୂର୍ଣ୍ଣ ବିକାଶ ଆଣି ଏହି ଜନାଦେଶକୁ ବିଜେପି ପ୍ରାର୍ଥୀ ସମ୍ମାନ ଦେବେ ବୋଲି ସେ କହିଛନ୍ତି । ନିର୍ବାଚନ ଆସେ ଏବଂ ଯାଏ, କିନ୍ତୁ ଆମର ମୂଲ୍ୟବୋଧ ଏବଂ ଲୋକଙ୍କ ବିଶ୍ୱାସ ପ୍ରତି ଆମର ସମ୍ମାନ ସର୍ବଦା ରହିବା ଉଚିତ । ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ଆମର ଗଣତାନ୍ତ୍ରିକ ଅଧିକାରକୁ ବଜାୟ ରଖିବା ଆମର ଦାୟିତ୍ୱ ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକ ପୁଣି କହିଛନ୍ତି ଯେ, ବିଜେଡି ଅନେକ ଉତଥାନ ପତନ ଦେଇ ଗତି କରିଛି, ତଥାପି ଲୋକଙ୍କ ପାଇଁ ଲଢ଼ିବାର ଆମର ସଂକଳ୍ପ ଅତୁଟ ରହିଛି, ଏବଂ ଏହା ଜାରି ରହିବ । ଆମ ଦଳ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ । ଓଡ଼ିଶାର ଲୋକଙ୍କ ଅଧିକାର ପାଇଁ ଆମର ଏହି ଲଢ଼େଇ ଜାରି ରହିବ । Post navigation Nuapada Bypoll Results: ନୂଆପଡ଼ା ଫଳାଫଳ; ସବୁ ରେକର୍ଡ ଭାଙ୍ଗି ବିଜୟ ହୋଇଛନ୍ତି ଜୟ ଢୋଲକିଆ Bihar Election Results: ବିହାରରେ NDAର ବିପୁଳ ବିଜୟ ପରେ ଦଳୀୟ କର୍ମକର୍ତ୍ତା ଓ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି