ନୂଆପଡ଼ାରେ ରେକର୍ଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏକ ଲକ୍ଷ ଟପିଲା ଜୟଙ୍କ ସପକ୍ଷରେ ଜନତାଙ୍କ ଭୋଟ । ୨୧ ରାଉଣ୍ଡ ସୁଦ୍ଧା ୬୯,୨୨୫ ଭୋଟ ରେଆଗୁଆ ରହିଲା ବିଜେପି । ୨୧ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୧ ଲକ୍ଷ ୦୩ ହଜାର ୦୮୩ ଭୋଟ୍ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୩୮୫୦୮ ଭୋଟ୍ ମିଳିଥିବା ବେଳେ ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୨,୦୫୨ ଭୋଟ୍ ।

ସୂଚନା ଯୋଗ୍ୟ; ନୂଆପଡା ପାଇଁ ଗଣତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଲଗାତାର ଭାବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି । ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯିବ । ମୋଟ ୨୬ ରାଉଣ୍ଡରେ ଗଣତି ହେବ ।ଅନ୍ୟପଟେ ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି ।

Leave a Reply

Your email address will not be published. Required fields are marked *