"No Political Pressure on Police in Last 2 Years": Manmohan Samal on IIC Death Case

ନୂଆପଡା ଉପନିର୍ବାଚନରେ ବିଜୟ ଆଡକୁ ଅଗ୍ରସର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଭୋଟ୍ ଗଣତି ଚାଲିଥିବା ବେଳେ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ନୂଆପଡାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ମନମୋହନ । ଯାହାର ପ୍ରତିଫଳଣ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି । ନୂଆପଡା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳି । ଜିଲ୍ଲାରେ ଶିଳ୍ପ, କଳକାରଖାନା ନାହିଁ । ଜଳସେଚନର ବ୍ୟବସ୍ଥା ବି ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକ ପରିବର୍ତ୍ତନ ଚାହିଁଛନ୍ତି ।

କଂଗ୍ରେସର ଆରୋପ ନେଇ ମଧ୍ୟ ପ୍ରତିକ୍ରିୟା ରଖି ମନମୋହନ ସାମଲ କହିଛନ୍ତି।ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନୁ । ଅନ୍ୟକୁ ଦୋଷ ନ ଦେଇ ବିରୋଧୀ ଆତ୍ମ ସମୀକ୍ଷା କରନ୍ତୁ । ଆମେ ଯେତେବେଳେ ହାରୁଥିଲୁ ଆମେ ସମୀକ୍ଷା କରୁଥିଲୁ କେଉଁ କାରଣରୁ ଆମେ ହାରିଲୁ, ଆମର କମି କଣ ରହିଲା? ଆମେ ସମୀକ୍ଷା କରୁଥିଲୁ। ଆମେ ମିଡିଆ ଆଗରେ ଏମିତି ଆସି କହିନୁ ଯେ, ଜନାଦେଶ ନୁହେଁ ଯନ୍ତ୍ରାଦେଶ। ନୂଆପଡାର ବିକାଶ ପାଇଁ ଲୋକେ ଜୟ ଢୋଲକିଆଙ୍କୁ ଜିତାଇବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *