ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍ସି । ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଭୁବନେଶ୍ବରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି । ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ସଜାଗ ରହିଛନ୍ତି। ଆପଦକାଳୀନ ସମୟରେ ୧୯୨୯ରେ କଲ୍ କରିବାକୁ ପରାମର୍ଶ ଦେଇଛନ୍ତି ମେୟର। ଏହାସହ ସ୍ଥାନୀୟ କର୍ପୋରେଟରଙ୍କର ମଧ୍ୟ ସହଯୋଗ ନେଇପାରିବେ ବୋଲି କହିଛନ୍ତି ସୁଲୋଚନା ଦାସ। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତା ୨୮, ୨୯, ୩୦ ଅକ୍ଟୋବର ରେ ୮ ଟି ଜିଲ୍ଲାର ସରକାରୀ,ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଉକ୍ତ ୮ ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜନ କରିପାରିବେ । ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବିଭାଗ ସହ ମଧ୍ୟ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। Post navigation Cyclone Montha: ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’; ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି Cyclone Montha: ଆସନ୍ତାକାଲି ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ