Nuapada Bypoll: BJD lifts suspension on Bhanu Pratap Singh
ନୂଆପଡା ରାଜନୀତିରେ ବଡ଼ ହଲଚଲ । ନୂଆପଡ଼ା ନିର୍ବାଚନ ପୂର୍ବରୁ ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ହଟିଛି । ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବରିଷ୍ଠ ଆଦିବାସୀ ନେତା ଭାନୁ ପ୍ରତାପ ସିଂହ ମାଝୀ ।
 
କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପଙ୍କୁ ପୂର୍ବରୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ତେବେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭାନୁପ୍ରତାପ ବିଜେଡିରେ ପୁଣିଥରେ ସାମିଲ ହୋଇଛନ୍ତି ।
Nuapada Bypoll: BJD lifts suspension on Bhanu Pratap Singh
 
ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଭାନୁପ୍ରତାପ ସିଂହଙ୍କୁ ବିଜେଡିରୁ ବହିସ୍କାର କରାଯାଇଥିଲା । ୮ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ଅଛନ୍ତି ଭାନୁପ୍ରତାପ ।
 
ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଉକ୍ତ ତାଲିକାରେ ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଢାଇ ପ୍ରମୁଖ ଅଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *