ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି  ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରହି ରାଜ୍ୟ ସରକାର ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛନ୍ତି। ଏହି ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ କରିବ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ବିଭାଗ ଗୁରୁତ୍ୱାରୋପ କରିଛି ଯେ ସିସିଟିଭି ନେଟୱାର୍କ ଅନଧିକୃତ କାର୍ଯ୍ୟକଳାପକୁ ରୋକିବାରେ ସାହାଯ୍ୟ କରିବ ଏବଂ ଆଇନ ପ୍ରବର୍ତ୍ତନକୁ ସମର୍ଥନ କରିବ। ଏହି ପଦକ୍ଷେପ ସ୍ମାର୍ଟ ଶାସନ ଉପକରଣ ଗ୍ରହଣ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ। ସରକାରୀ ପ୍ରଶାସନରେ ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ

ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ଯୋଡ଼ାଯିବ । ଏହି ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ କରିବ। ଯାହାକୁ ନେଇ ଆସନ୍ତା ୧୭ ତାରିଖରେ ବଡ଼ ବୈଠକ ବସିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *