ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରତାପ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ରାଜୁ ଢୋଲକିଆଙ୍କ ରକ୍ତ ପୋଷ୍ୟପୁତ୍ର ଜୟଙ୍କ ଦେହରେ ନାହିଁ । ତେଣୁ ସେ ଏଭଳି ନିଷ୍ପତ୍ତି ନେଲେ । ଏହାକୁ ନୂଆପଡାବାସୀ କେବେ ଗ୍ରହଣ କରିବେ ନାହିଁ । ଜେନା ପୁଣି କହିଛନ୍ତି ଯେ, କିଛି ଦିନ ତଳେ ଜୟ ଆତ୍ମଘୋଷିତ କରିଥିଲେ ଯେ, ତାଙ୍କ ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କ କଥାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବେ । ବିଜେପିରେ ସେ ମିଶିଲେ ଦଳ ଉପରେ ତାର କିଛି ପ୍ରଭାବ ରହିବ ନାହିଁ ହେଲେ ଆଜି ତାଙ୍କର ମୁଖା ଖୋଲି ଯାଇଛି । ବିଜେପି ଦଳର ଘୋଡ଼ା ବେପାରରେ ସେ ବିକ୍ରି ହୋଇଗଲେ ବୋଲି ଜେନା କହିଛନ୍ତି । ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ କେଵେ ଏହାକୁ ଗ୍ରହଣ କରି ନ ଥାନ୍ତେ । ଜୟ ଢୋଲକିଆ ଯଦି ପ୍ରକୃତରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହୋଇଥାନ୍ତେ ସେ କେବେ ଏଭଳି କରି ନ ଥାନ୍ତେ । ନୂଆପଡାରେ ବିଜୁ ଜନତା ଦଳ ସମୟରେ ଯେଉଁ ସବୁ ପ୍ରକଳ୍ପ ଆରମ୍ଭ ହାଇଥିଲା ମୁଖ୍ୟମନ୍ତ୍ରୀ ଯାଇ ସେହି ପ୍ରକଳ୍ପର ଉଦଘାଟନ କରି ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରତାପ ଜେନା କହିଛନ୍ତି । Post navigation ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା: ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ