ବହୁ ଚର୍ଚ୍ଚିତ ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଜେଏମ୍ଏଫସି କୋର୍ଟ । ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ; ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ବ୍ରହ୍ମପୁର ପୋଲିସ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ଦୁଇ ଜଣ ଦଲାଲଙ୍କୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ଗିରଫ କରିଥିଲା । ଏହା ସହିତ ପରବର୍ତ୍ତୀ ସମୟରେ ଆହୁରି ୬ ଜଣ ଦଲାଲ ଗିରଫ ହୋଇଥିଲେ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ଏବଂ ସହଯୋଗୀ ମୁନା ଏଯାଏ ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ଅନ୍ୟପଟେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ। ଏହାକୁ ନେଇ ଦିନକୁ ଦିନ ତେଜିଛି ତେଜିଛି । ଏସଆଇ ପରୀକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ ଦଳ। ଏସଆଇ ପରୀକ୍ଷା ଦୁର୍ନୀତିର ସିବିଆଇ କିମ୍ୱା ନ୍ୟାୟିକ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ବିଜେଡି। Post navigation ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିଅରିଂ, ଜୋନାଲ୍ ଏବଂ ଲୋକାଲ୍ ଆକ୍ସନ କମିଟି ଗଠନ କଲା ବିଜେଡି