nuapada-by-election-a-crucial-test-for-bjd

ନୂଆପଡ଼ା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ମତଦାନ ଓ ୧୪ରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ରାଜ୍ୟରେ ନୂଆ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱରେ ଏହା ପ୍ରଥମ ଉପନିର୍ବାଚନ, ଯାହା ରାଜ୍ୟର ରାଜନୈତିକ ମାହୋଲକୁ ଆହୁରି ସରଗରମ କରିବ ।

ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ୮ ସେପ୍ଟେମ୍ବର ୨୦୨୫ରେ ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା । ସ୍ବର୍ଗତ ଢୋଲକିଆ ୨୦୨୪ ନିର୍ବାଚନରେ ନୂଆପଡ଼ାରୁ ଜିତିବା ସହ ୨୦୨୨-୨୦୨୪ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଢୋଲକିଆଙ୍କ ମୃତ୍ୟୁ ବିଜେଡି ପାଇଁ ଚିନ୍ତାର କାରଣ । ଏହି ଦୃଷ୍ଟିରୁ ନୂଆପଡ଼ା ଉପନିର୍ବାଚନ ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ହେବ । ନିର୍ବାଚନରେ ବାଜି ମାରିବାକୁ ବିଜେଡି ତାର ଦମ୍ ଦେଖାଇବ । ଏହି ପରିପ୍ରେକ୍ଷୀରେ ବିଜେଡି ନିର୍ବାଚନ ମୈଦାନରେ ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବାଜିମାତ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

ସେହିପରି ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ପ୍ରଥମ ଉପନିର୍ବାଚନ ହୋଇଥିବାରୁ ଏହା ଦଳ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନର ପ୍ରଶ୍ନ । ତେଣୁ ନୂଆପଡ଼ା ଆସନ ଅକ୍ତିଆର କରିବାକୁ ବିଜେପି ତାର ଶକ୍ତି ସାମର୍ଥ୍ୟ ଲଗାଇ ଶତ ଚେଷ୍ଟା କରିବ ।

କଂଗ୍ରେସ ମଧ୍ୟ ତାର ରଣନୀତି ପ୍ରସ୍ତୁତ କରିଛି । ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା ହେବା ଅବ୍ୟବହିତ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପଦଯାତ୍ରା ହୋଇଥିଲା । କଂଗ୍ରେସ ରାଜ୍ୟବାସୀଙ୍କୁ ବିଜେପି ସରକାରଙ୍କ ବିଫଳତା ସମ୍ପର୍କରେ ଅବଗତ କରାଇ ଭୋଟ ହାତେଇବାରେ ବ୍ୟସ୍ତ ଅଛି । ଯେହେତୁ ଦିବଂଗତ ନେତା ବିଜେଡିର ଥିଲେ, ସେଥିପାଇଁ ସମସ୍ତଙ୍କ ନଜର ବିଜେଡି କଣ ଆକ୍ସନ ନେଉଛି ତା’ ଉପରେ ରହିଛି ।

By Nirvay

Leave a Reply

Your email address will not be published. Required fields are marked *