ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ସହର । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ରାଜରାସ୍ତାରେ ରକ୍ତର ଛିଟା । କଥା କଥାରେ ବୁଲୁଛି ଖଣ୍ଡା ଭୁଜାଲି । ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ ପୀତବାସ । ପୂର୍ବ ସରକାରରେ ହେଉଥିବା ବିଭିନ୍ନ ଦୁର୍ନୀତିର ଖୁଲାସା କରୁଥିଲେ । ତେବେ କିଏ ତାଙ୍କୁ ଆକ୍ରମଣ କଲା ଓ କାହିଁକି ସେ ଆକ୍ରମଣର ଶିକାର ହେଲେ ତାହା ସ୍ପଷ୍ଟ ହୋଇନି । ପୂର୍ବରୁ କଂଗ୍ରେସର ପ୍ରବକ୍ତା ଭାବେ କରୁଥିବା ବେଳେ ବିଜେପିର ବହୁ ପଦ ପଦବୀରେ ଥିଲେ । କେବଳ କଟକ କି ଗଞ୍ଜାମ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସବୁଠି ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ବର୍ଷକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଥାନା ଅଞ୍ଚଳରେ ୩୯ ଓ ବ୍ରହ୍ମପୁର ଜିଲ୍ଲା ଥାନା ଅଞ୍ଚଳରେ ୮୭, ସମୁଦାୟ ୧୨୬ଟି ହତ୍ୟା ଘଟଣା ଘଟିଛି । ସ୍ଥିତିରେ ସୁଧାର ନାସିଲେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ । ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସରକାର, ଏଥିପ୍ରତି ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । Post navigation କଟକରୁ ହଟିଲା କର୍ଫ୍ୟୁ ବାଲେଶ୍ବରରେ କର୍ଫ୍ୟୁ ଖବର ମିଛ: ଏସ୍ପି