କଟକ ଦଶହରା ସମୟରେ ଦୁର୍ଗାପୂଜା ମେଢ଼ ଭସାଣ ବେଳେ କଟକ ସହରରେ ଆରମ୍ଭ ହୋଇଥିବା ଉତ୍ତେଜନା ଘଟଣାରେ ୮ ଜଣ ଗିରଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ସେ କହିଛନ୍ତି କଟକ ସହରରେ ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଗିରଫ କରାଯିବ। ପରିସ୍ଥିତିକୁ ଦେଖି ୫୦ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ କଟକରେ କର୍ଫ୍ୟୁ ଜାରି ରହିଛି । ଆସନ୍ତାକାଲି ରାତି ୧୦ଟା ଯାଏଁ ଏହା ବଳବତ୍ତର ରହିବ। କଟକ ସହର ହିଂସା ଘଟଣାରେ ଏବେ ଯାଏଁ ମୋଟ୍ ୩ଟି ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜ ଯାଞ୍ଚ ହୋଇ ଗିରଫଦାରୀ ଆରମ୍ଭ ହୋଇଛି । ସେହିପରି କର୍ଫ୍ୟୁ କଟକଣା ବେଳେ ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରହିବ । ଏହା ସହ ସହରର କୌଣସି ସ୍ଥାନରେ ଏକଜୁଟ୍ ନ ହେବା ପାଇଁ ପୋଲିସ ଅପିଲ୍ କରିଛି । ଅଧିକ ବସ୍ ଚଳାଚଳ ନ କରିବା ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି । କଟକ ସହରରେ ଥିବା ସବୁ ସରକାରୀ ଅଫିସ୍ ଓ SCB ମେଡିକାଲ ଓ ଅନ୍ୟ ହସପିଟାଲ ବି ଖୋଲା ରହିଛି। ସହରର ପ୍ରତି ଛକ ବଜାରରେ ପୋଲିସ୍ ଜଗିଛନ୍ତି । ଅନ୍ୟପଟେ କଟକର ସମସ୍ତ ପ୍ରବେଶ ପଥରେ ଚାଲିଛି କଡ଼ାକଡ଼ି ଚେକିଂ । ପ୍ରତିଟି ଲୋକଙ୍କୁ ତନାଘନା କରି ପଚରାଉଚରା କରୁଛି ପୋଲିସ୍। କଟକ ଯିବା ନିମନ୍ତେ ଯଥାର୍ଥ କାରଣ ଦର୍ଶାଇ ନ ପାରିଲେ ଫେରାଇ ଦେଉଛି ପୋଲିସ୍। ପ୍ରତିଟି ଲୋକଙ୍କୁ ତନାଘନା ପଚରାଉଚରା କରି ଛାଡ଼ୁଛି ପୋଲିସ୍। ତେଣୁ କିପରି ଅସୁବିଧାରେ ନ ପଡ଼ିବେ ସେଥିପ୍ରତି ସତର୍କ ରୁହନ୍ତୁ । ବଜାର ଉପରେ ସୁରକ୍ଷାକର୍ମୀଙ୍କ କଡ଼ା ପହରା ରହିଛି । ଏହା ସହ କଟକ ହିଂସାକୁ ନେଇ ଆଡଭାଇଜରୀ ଜାରି କରିଛି ପୋଲିସ । ସୋସିଆଲ ମିଡିଆରେ କୈଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । Post navigation କଟକ ଗୋଷ୍ଠୀ ସଂଘର୍ଷ ଘଟଣାରେ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା; ସାରା ଓଡିଶା ଉତ୍ସବମୁଖର