ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ନାବାଳିକାକୁ ଦିବାଲୋକରେ ନିଆଁ ଲଗାଇ ଦୁର୍ବୃତ୍ତ ଜାଳିଦେବାକୁ ଉଦ୍ୟମ କରିଥିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନିମାପଡାରେ ନାବାଳିକାଙ୍କୁ ଜାଳିଦେବା ଘଟଣା ସରକାରୀ ନିଷ୍କ୍ରିୟତାର ପ୍ରମାଣ ବୋଲି ନବୀନ କହିଚ୍ଛନ୍ତି । ଗଭୀର ନିଦ୍ରାରୁ ରାଜ୍ୟ ସରକାରଙ୍କୁ ଉଠିବାକୁ କହି ନବୀନ ସୋସିଆଲ ମିଡ଼ିଆ ପୋଷ୍ଟ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ବାଲେଶ୍ୱରର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣା କେବଳ ହିଂସା ନୁହେଁ ବରଂ ଢିଲା ଶାସନ ବ୍ୟବସ୍ଥାକୁ ଦର୍ଶାଉଛି । ପ୍ରତିଦିନ ମହିଳା ନିର୍ଯାତନାର ଖବର ଆସୁଛି । ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁ ନାହାନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଘଟଣା ଘଟିଥିବାରୁ ଏହି ଘଟଣାକୁ ବିଜେଡି ନିନ୍ଦା କରିବା ସହ ବିଜେଡି ମହିଳା କମିଶନ ଅଫିସ ସାମ୍ନାରେ ଆନ୍ଦୋଳନ କରିଛି ଏବଂ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ୍ କରିଛି । Post navigation ମହିଳା କମିଶନଙ୍କ କାର୍ଯ୍ୟାଳୟ ଆଗରେ ମହିଳା ବିଜେଡିର ଶାନ୍ତିପୂର୍ଣ୍ଣ ଧାରଣା ଏଫଏମ କଲେଜ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର