ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ପଛରେ ବିଇଡି ବିଭାଗ ଏଚ୍.ଓଡି ସମୀର ସାହୁଙ୍କ ଉଦ୍ଦେଶ୍ୟ କ’ଣ ଥିଲା ? ବିଇଡି ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ପୀଡ଼ିତା ଜଣକ କାହିଁକି ଏଚ୍ଓଡିଙ୍କ ନିର୍ଯାତନାର ଶିକାର ହେଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଚ୍ଓଡିଙ୍କ ଅତ୍ୟଧିକ କଂଗ୍ରେସ ପ୍ରୀତି ଯୋଗୁଁ ଏବିଭିପିର ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟରତ ପୀଡ଼ିତାଙ୍କ ପ୍ରତି ଅତ୍ୟନ୍ତ ଘୃଣାଭାବ ଯାତ ହୋଇଥିଲା। ଏଚ୍ଓଡି ଅଧ୍ୟାପନା କରୁଥିଲେ ବି କଂଗ୍ରେସ ଦଳ ବିଚାରଧାରାକୁ ନେଇ ସାଙ୍ଗରେ ସାଙ୍ଗରେ ଚାଲନ୍ତି। ତାଙ୍କର ଅନୁରକ୍ତି ଏମିତି ଯେ, କଲେଜ ପରିସରରେ ହେଉ କି ବାହାରେ ଛାତ୍ର କଂଗ୍ରେସ ଦଳର ସମର୍ଥକଙ୍କ ସହ ତାଙ୍କର ବେଶ୍ ଉଠାବସା। ଚର୍ଚ୍ଚା ପ୍ରବଳ ସହରସାରା, କଂଗ୍ରେସ ଦଳର ଜନୈକ ଯୁବନେତାଙ୍କ ଭଉଣୀ ସହ ଅବିବାହିତ ଏଚ୍ଓଡିଙ୍କ ଘନିଷ୍ଠ ସମ୍ପର୍କ ଥିଲା । ଅତଏବ ତାଙ୍କ ମଧ୍ୟରେ କଂଗ୍ରେସ ଦଳ ପାଇଁ ପ୍ରୀତି ଓ ଅନୁରକ୍ତି ଖୁନ୍ଦାଖୁନ୍ଦି ହୋଇ ଭରି ରହିବା ସ୍ଵାଭାବିକ। ତେବେ ଏହି ଅଭିଯୋଗ ଉପରେ ଅଧିକ ତଦନ୍ତ ଦରକାର ।

ତେବେ ଏହି ନିର୍ଯାତନା କାହାଣୀ ଆଜି କି କାଲିକାର ନୁହେଁ । ଆଠ ମାସ ତଳୁ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ କୁହାଯାଉଥିଲେ ବି ରାଜ୍ୟ ସରାକାର କଲେଜ ଇଲେକ୍‌ସନ ଘୋଷଣା କରିବା ପରଠାରୁ ଏହା ଆରମ୍ଭହୋଇଥିଲା। କାରଣ ପୀଡ଼ିତା ଜଣକ ଚଳିତ ବର୍ଷ କଲେଜ ଇଲେକ୍‌ସନରେ ସଭାପତି ପଦ ପାଇଁ ଆଶାୟୀ ଥିଲେ। ସେହିକଥା ପ୍ରଚାର ହେବା ପରଠାରୁ ଛାତ୍ର କଂଗ୍ରେସ ସଦସ୍ୟଙ୍କ ପ୍ରରୋଚନାରେ ଭିନ୍ନ ଭିନ୍ନ ଆଳ ଦେଖାଇ ଏଚ୍ଓଡି ତାଙ୍କ ଉପରେ ନିର୍ଯାତନା ଦେଇଛନ୍ତି। ମାନସିକ ଦୃଢ଼ତାର ପରିଚୟ ଦେଇ ପୀଡ଼ିତା ଏହାର ବିରୋଧ କରିବାରୁ ଏଚ୍ଓଡି ତାଙ୍କୁ ଫେଲ୍ ମଧ୍ୟ କରାଇ ଦିଅନ୍ତି । ଏମିତିକି ପରୀକ୍ଷା ଦେବାରୁ ବଂଚିତ କରାନ୍ତି, ଅନ୍ୟ ଛାତ୍ରଛାତ୍ରୀଙ୍କ ଆଗରେ ତାଙ୍କ ଚରିତ୍ର ସଂହାର ପାଇଁ ପଛାନ୍ତି ନାହିଁ । ଏହାକୁ ନେଇ ଛାତ୍ରୀ ଜଣକ ଅଭିଯୋଗ କରନ୍ତେ, ଛାତ୍ର କଂଗ୍ରେସ ସଦସ୍ୟମାନେ ଏହାକୁ ରାଜନୀତି ବୋଲି ଆଖ୍ୟା ଦିଅନ୍ତି । ସେତେବେଳେ ଛାତ୍ର ବିଜୁ ଜନତା ଦଳର ସଦସ୍ୟମାନେ ଏହାକୁ ମଧ୍ୟ ବେଶ୍ ସମର୍ଥନ କରନ୍ତି । ଫଳରେ ଛାତ୍ରୀଙ୍କ ଅଭିଯୋଗର ସଠିକ୍ ଶୁଣାଣି ହୋଇପାରି ନାହିଁ।

ସେହିପରି ପୂର୍ବ ସରକାରଙ୍କ ଅମଳରେ ଭାରପ୍ରାପ୍ତ ଦାୟିତ୍ବରେ ନିଯୁକ୍ତି ପାଇଥିବା କଲେଜ ଅଧ୍ୟକ୍ଷଙ୍କ କଥା ମଧ୍ୟ ସମାନା ବିଦ୍ୟାର୍ଥୀ ପରିଷଦ ସଦସ୍ୟଙ୍କ ପାଇଁ ତାଙ୍କ ମନରେ ବି ବିରକ୍ତି ଭାବ ଅନେକ।

ନୂଆ ସରକାର ଗଠନ ପରେ ମଧ୍ୟ ବିଜଦ ସରକାର ପ୍ରତି ଅନୁରକ୍ତି ରଖି ଆସିଥିବା ଅଧ୍ୟକ୍ଷଙ୍କ ବଦଭ୍ୟାସ ବଦଳି ନାହିଁ। ପ୍ରତ୍ୟେକ କଥାରେ ବିଦ୍ୟାର୍ଥୀ ପରିଷଦ ସଦସ୍ୟ ଛାତ୍ରଛାତ୍ରୀଙ୍କୁ ସେ ଉପେକ୍ଷା କରିବାର ଅନେକ ନିଜର ରହିଛି। ଅଧ୍ୟକ୍ଷଙ୍କ ଏହିଭଳି ଆଚରଣରେ ପୀଡ଼ିତାଙ୍କ ଜଣକ ମଧ୍ୟ ଉପେକ୍ଷାର ଶିକାର ହୋଇଛନ୍ତି । ଯେତେବେଳେ ବି ଛାତ୍ରୀ ଜଣକ ଏଚ୍ଓଡିଙ୍କ ନିର୍ଯାତନା ବିରୋଧରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି, ସେତେବେଳେ ଅଧ୍ୟକ୍ଷ ତାହାକୁ ମିଥ୍ୟା କହି ତାଙ୍କୁ ଫେରାଇ ଦେଇଛନ୍ତି । କଥା ଥାନା ପୁଲିସ ହେବା ପରେ ମଧ୍ୟ ଅଧ୍ଯକ୍ଷ ସୁଧୁରିଲେନି । ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଆଳରେ ତଦନ୍ତ ଦାୟିତ୍ବ ପୁଲିସକୁ ଦେଲେ ନାହିଁ । ସଦସ୍ୟଙ୍କୁ ପ୍ରଭାବିତ କରି ଏଚ୍ଓଡିଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରସ୍ତୁତ କଲେ । ଛାତ୍ରୀଙ୍କ ପିତାଙ୍କ ବୟାନ ଆଇସିସି ସଦସ୍ୟଙ୍କୁ ଦେଲେନି କି ରିପୋର୍ଟରେ ତାହା ସାମିଲ କଲେ ନାହିଁ। ଶେଷରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଉପରେ ଅଧ୍ଯକ୍ଷ ଏଚ୍ଓଡିଙ୍କୁ କ୍ଲିନ ଚିଟ୍ ଦେଇଦେଲେ। ଯାହା ଛାତ୍ରୀଙ୍କୁ ମାନସିକ ବିଚଳିତ କରିଦେଲା ବୋଲି ଶୁଣାଯାଏ।

ଅନ୍ୟ ପକ୍ଷରେ ଏଚ୍ଓଡିଙ୍କ କାର୍ଯ୍ୟକଳାପ ବିରୋଧରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ସ୍ଥାନୀୟ ଭାଜପା ବିଧାୟକଙ୍କ ନିକଟରେ ଫେରାଦ ହୋଇଥିଲେ । ପୀଡ଼ିତାଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ଗୁରୁତ୍ୱ ଦେଇ ଏଚ୍ଓଡିଙ୍କୁ ତୁରନ୍ତ ବଦଳି ପାଇଁ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ମାତୃ ସଂଗଠନର ବିଧାୟକ ଏହା ଉପରେ କିଛି ପଦକ୍ଷେପ ନେବେ ବୋଲି ସେମାନେ ଆଶା କରିଥିଲେ। ମାତ୍ର, ସିଧାସଳଖ ଶିକ୍ଷାମନ୍ତ୍ରୀଙ୍କୁ ଯୋଗାଯୋଗ କରି ଏଚ୍ଓଡିଙ୍କ ବିରୋଧରେ ଅଭିଯୋଗ କରିବାକୁ ଭାଜପା ବିଧାୟକଙ୍କ ନିକଟରୁ ଉତ୍ତର ପାଇ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ନିରାଶ ହୋଇଥିଲେ।

ଆଇସିସି ସଦସ୍ୟଙ୍କୁ ଦେଲେନି କି ରିପୋର୍ଟରେ ତାହା ସାମିଲ କଲେ ନାହିଁ। ଶେଷରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଉପରେ ଅଧ୍ଯକ୍ଷ ଏଚ୍ଓଡିଙ୍କୁ କ୍ଲିନ ଚିଟ୍ ଦେଇଦେଲେ। ଯାହା ଛାତ୍ରୀଙ୍କୁ ମାନସିକ ବିଚଳିତ କରିଦେଲା ବୋଲି ଶୁଣାଯାଏ।

ଅନ୍ୟ ପକ୍ଷରେ ଏଚ୍ଓଡିଙ୍କ କାର୍ଯ୍ୟକଳାପ ବିରୋଧରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ସ୍ଥାନୀୟ ଭାଜପା ବିଧାୟକଙ୍କ ନିକଟରେ ଫେରାଦ ହୋଇଥିଲେ। ପୀଡ଼ିତାଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ଗୁରୁତ୍ୱ ଦେଇ ଏଚ୍ଓଡିଙ୍କୁ ତୁରନ୍ତ ବଦଳି ପାଇଁ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ମାତୃ ସଂଗଠନର ବିଧାୟକ ଏହା ଉପରେ କିଛି ପଦକ୍ଷେପ ନେବେ ବୋଲି ସେମାନେ ଆଶା କରିଥିଲେ। ମାତ୍ର ସିଧାସଳଖ ଶିକ୍ଷାମନ୍ତ୍ରୀଙ୍କୁ ଯୋଗାଯୋଗ କରି ଏଚ୍ଓଡିଙ୍କ ବିରୋଧରେ ଅଭିଯୋଗ କରିବାକୁ ଭାଜପା ବିଧାୟକଙ୍କ ନିକଟରୁ ଉତ୍ତର ପାଇ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ନିରାଶ ହୋଇଥିଲେ।

ଏଥିରେ ପୀଡ଼ିତାଜଣକ ବିଧାୟକଙ୍କ ମାଧ୍ୟମରେ ନ୍ୟାୟ ପାଇବା ନେଇ ଏକ ପ୍ରକାର ଆଶା ଛାଡି ଦେଇଥିଲେ। ତେବେ ଗତ ୧ ତାରିଖ ସାଂସଦଙ୍କ ନିକଟରେ ଫେରାଦ ହୋଇ ଏଚ୍ଓଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତାଙ୍କ ସହ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ଦାବି ଜଣାଇଥିଲେ। ସାଂସଦ ମଧ୍ୟ ଅଧ୍ଯକ୍ଷଙ୍କୁ ତାଗିବ କରି ନିଜର କର୍ତ୍ତବ୍ୟ ସାରି ଦେଇଥିଲେ ।

ଘଟଣା ପ୍ରଚ୍ଛଦପଟରେ କିଏ ଓ କାହିଁକି କୁ ନେଇ ତର୍ଜମା ଚାଲିଥିବାବେଳେ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ମଧ୍ଯ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କମିଟିର ସଦସ୍ୟମାନେ କଲେଜ ପରିସରରେ ଉପସ୍ଥିତ ରହି ବିଭିନ୍ନ ଦିଗକୁ ନେଇ ଘଟଣା ଉପରେ ପର୍ଯ୍ୟାଲୋଚନା ଚଳାଇଛନ୍ତି । ତେବେ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଆଧାରକୁ ନେଇ ତଦନ୍ତ ଆଗେଇବ ନା ଚିରାଚରିତ ଢଙ୍ଗରେ କାହାକୁ କେମିତି କ୍ଲିନ ଚିଟ୍ ମିଳିବ ତାହାକୁ ଅପେକ୍ଷା କରିଛନ୍ତି ସମସ୍ତେ ।

Leave a Reply

Your email address will not be published. Required fields are marked *