archana-nag-lashes-out-at-bjd
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ଦେବା ପରେ ଆଜି ପ୍ରେସମିଟ୍ କରି ବିଜେଡି ଉପରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ ।
 
କିଛି ଆଗ ଧାଡ଼ିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କୁ ପଛରୁ ଛୁରୀ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା । ଗିରଫର ୬ ଦିନ ପରେ ଜାଣିଲି ଅଭିଯୋଗକାରିଣୀ କିଏ, ଅଭିଯୋଗ କଣ ବୋଲି ସେ କହିଛନ୍ତି ।
 
ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ସମେତ ତତ୍‌କାଳୀନ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିମାଂଶୁ ସାହୁ, ତତ୍‌କାଳୀନ ବାଲିଅନ୍ତା IIC ଅନୁପ କାନୁନଗୋ ମଧ୍ୟ ସମ୍ପୃକ୍ତ ଥିବା ସେ କହିଛନ୍ତି । ଏକଥା ନିଜେ ଅଭିଯୋଗକାରିଣୀ ତାଙ୍କୁ କହିଛନ୍ତି, ତାର ପ୍ରମାଣ ବି ସେ ରଖିଛନ୍ତି ବୋଲି କହିଛନ୍ତି । ବିଜେଡି ତାଙ୍କୁ ଟଙ୍କା ଦିଆଇ କୁହାଉଥିଲା, ଏବେ ଦେଉନାହାନ୍ତି ବୋଲି ଅଭିଯୋଗକାରିଣୀ କହୁଛି । କିନ୍ତୁ ଏବେବି ବିଜେଡି ତାଙ୍କୁ ଟଙ୍କା ଦେଉଥିବା ଅସ୍ଙ୍କ ଅଛି ବୋଲି ନଂ କହିଛନ୍ତି ।
 
ବିଜେଡି ଜେଲରଙ୍କୁ ମଧ୍ୟ ଟଙ୍କା ଦେଇ କିଣି ଦେଇଥିଲା, ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
 
ଜେଲ୍‌ ପରେଡ ବାହାନାରେ ପୋଲିସ ତାଙ୍କ ପାଖକୁ ଜେଲ୍‌କୁ ଯାଉଥିଲେ । ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଥିଲେ, ଚା, କଫିରେ ବୋଧେ ନିଶା ଦେଉଥିଲେ ବୋଲି ଅର୍ଚ୍ଚନା କହିଛନ୍ତି । କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି ।
 
ସେ ପୁଣି ପ୍ରଶ୍ନ କରିଛନ୍ତି ଯେ ଯଦି ଖଣ୍ଡଗିରି ଥାନାରେ ମାମଲା ଥିଲା, ବାଲିଅନ୍ତା ପୋଲିସ ତାଙ୍କୁ କାହିଁକି ନେଲା?

By Nirvay

Leave a Reply

Your email address will not be published. Required fields are marked *