ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ । ବ୍ୟାଙ୍କିଂ, ଖଣି, ପରିବହନ ଏବଂ ଉତ୍ପାଦନ ସମେତ ଅନେକ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ଆଜି ଧର୍ମଘଟରେ ଅଛନ୍ତି। ଏହାରି ମଧ୍ୟରେ ଭାରତ ବନ୍ଦକୁ ସମର୍ଥନ କରିଛି ବିଜେଡି । ଭଦ୍ରକ ଶ୍ରମିକ ଆନ୍ଦୋଳନରେ ସାମିଲ ହେଲେ ବିଜେଡି କର୍ମୀ । NH ୧୬ ଅବରୋଧ ସହ ବିଭିନ୍ନ ସ୍ଥାନରେ ପିକେଟିଂ ହୋଇଥିବା ଦେଖାଯାଇଛି । ୧୬ ନଂ ଜାତୀୟ ରାଜପଥ ୪ ଲେନ୍ ସଂପୂର୍ଣ୍ଣ ଜାମ୍ ହୋଇଥିବା ବେଳେ ଭଦ୍ରକ ଵସଷ୍ଟାଣ୍ଡ ଓ ବନ୍ତ ଛକରେ ଅଟକି ରହିଛି ଗାଡ଼ି  ।

ସୂଚନା ଯୋଗ୍ୟ; ୧୭ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ କୃଷକ ସଂଗଠନର ମିଳିତ ମଞ୍ଚ ଡାକରାରେ ଭାରତ ବନ୍ଦ ହୋଇଛି । ବ୍ୟାଙ୍କିଂ, ପରିବହନ, ଡାକ ସେବା, କୋଇଲା ଖଣି ଏବଂ ନିର୍ମାଣ କ୍ଷେତ୍ରର ପ୍ରାୟ ୨୫ କୋଟି କର୍ମଚାରୀ ଏବଂ ଗ୍ରାମୀଣ ଶ୍ରମିକ ଏହି ଧର୍ମଘଟରେ ଅଂଶଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *