ବିଜେଡ଼ି ବିଭିନ୍ନ ଛାମୁହା ସଂଗଠନରେ ଆବାହକ ନିଯୁକ୍ତ କରିଛି। ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ଶାଖା/ସେଲ୍ ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍ ଥାଇ ଦାୟିତ୍ବ ପ୍ରଦାନ କରାଯାଇଛି । ସେଲ୍ ଦାୟିତ୍ଵ ନେଇ ଦଳୀୟ କାର୍ଯ୍ୟାଳୟ ତରଫରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ଯଙ୍କୁ ବିଜୁ କୃଷକ ଜନତା ଦଳର ଆବାକ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ସେଲ୍ ଦାୟିତ୍ବ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଦିଆଯାଇଛି । ସେହିପରି ଆଇଟି ଓ ସୋସିଆଲ ମିଡିଆ ଦାୟିତ୍ବ ଅମର ପଟ୍ଟନାୟକ ମିଳିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ବ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦିଆଯାଇଛି । ବିଜେଡି କୋପରେଟିଭ୍ ସେଲ୍ ଦାୟିତ୍ବ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଜେଡ଼ି ଓବିସି ସେଲ୍ ଦାୟିତ୍ବ ବିଧାୟକ ଅରୁଣ ସାହୁଙ୍କୁ, ବିଜେଡ଼ି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବ ବଦ୍ରି ନାରାୟଣ ପାତ୍ରଙ୍କୁ, ମତ୍ସ୍ୟଜୀବୀ ସେଲ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅନୁସୂଚିତ ଜନଜାତି ସେଲ୍ ମଙ୍ଗଳା କିଷନଙ୍କୁ ଓ ଏସି ସେଲ୍ ମହେଶ ସାହୁଙ୍କୁ ଦିଆଯାଇଛି । Post navigation ବଳକା ଦାରୁରେ ନିର୍ମାଣ ହୋଇନି ଜଗନ୍ନାଥ ମୂର୍ତ୍ତି: ଆଇନମନ୍ତ୍ରୀ ବିଜେଡିର ନୂଆ ସଂଗଠନ ଗଠନ; ତାଲିକାରେ ରହିଛି ମୋଟ ୭୧ ଜଣଙ୍କ ନାଁ