NHRC issues notice to Chief Secretary, DG over kiit student's death
କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ ଜାରି କରିଛି NHRC । କିଟ୍‌ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମାନବାଧିକାର କମିଶନ୍ ।
 
ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି, ୩ ମାସରେ କିଟ୍‌ରେ ୨ ଛାତ୍ରୀଙ୍କ ମୃତ୍ୟୁ ଘୋର ଉଦ୍‌ବେଗଜନକ ବୋଲି କହିଛି NHRC ।
 
କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ ଜାରି କରିଛି ଜାତୀୟ ମାନବାଧିକାର କମିଶନ୍ । ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରି ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି NHRC ।
 
 
 

By Nirvay

Leave a Reply

Your email address will not be published. Required fields are marked *