Tankadhar Tripathy
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଚାଲିବ ହାଇକୋର୍ଟ ରେ କେସ । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବିଧାୟକ ଟଙ୍କଧର ଯେଉଁ ଆବେଦନ କରିଥିଲେ ତାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।
 
ଟଙ୍କଧରଙ୍କ ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆପରାଧିକ ମାମଲା ସମ୍ପର୍କିତ ସତ୍ୟତା ଲୁଚାଇଥିବା ନେଇ ଦୀପାଳି ଅଭିଯୋଗ କରିଥିଲେ । ତାଙ୍କ ସତ୍ୟପାଠ ଷ୍ଟାମ୍ପ ପେପରରେ ତିଆରି ହୋଇ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ।
 
ଆସନ୍ତା ଏପ୍ରିଲ ୨୪ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *