କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସାଧନ ବିଧାୟକ ସାରଦା ପ୍ରଧାନଙ୍କ ନିଜ ଗ୍ରାମରେ ଥିବା ମଠର ମହନ୍ତ ଗତ ସୋମବାର ଆଣିଥିଲେ ବିଧାୟକଙ୍କୁ ସଙ୍ଗୀନ ଅଭିଯୋଗ । ମଠର ମହନ୍ତ ସିଧାସଳଖ ବିଧାୟକଙ୍କୁ ଅଭିଯୋଗରେ ଛନ୍ଦିଥିବା ବେଳେ ପୁଲିସ ମାମଲା ରୁଜୁ କରିବା ବେଳଠାରୁ ହିଁ ବିଧାୟକଙ୍କୁ ବାଦ ଦେଇଛି । ତେବେ ଏଭଳି ସଙ୍ଗୀନ ଅଭିଯୋଗକୁ ମାମଲା ଦାୟର କରିବା ସମୟରେ କେଉଁ ଆଧାରରେ ଅଭିଯୁକ୍ତଙ୍କ ନାମକୁ ବାଦ ଦେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭଦ୍ରେଶ୍ବର ଥାନାରେ ହୋଇଥିବା ଲିଖିତ ଅଭିଯୋଗରେ ପୋଡାମରାଇ ମଠର ମହନ୍ତ ସୁଧାକର ଦାଶ ଉଲ୍ଲେଖ କରିଥିଲେ ବିଧାୟକଙ୍କ ଦାଦାଗିରି ଓ ଅତ୍ୟାଚାର ଦ୍ବାରା ତାଙ୍କ ଜୀବନ ବନ ପ୍ରତି ବିପଦ ଉପୁଜିଛି। ବିଧାୟକଙ୍କ ବାପା ବ୍ରଜବନ୍ଧୁ ପ୍ରଧାନ ଓ ଅନ୍ୟ ୫ ଜଣ ସମର୍ଥକ କୈଳାସ ମଲିକ, ଗୌରାଙ୍ଗ ମଲିକ, ପ୍ରତାପ ମଲିକ, ମୂରଲିଧର ଦାସ, ହରିହର ରାଉତଙ୍କ ଦ୍ବାରା ମହନ୍ତ ସୁଧାକରଙ୍କ ଉପରେ ଆକ୍ରୋଶମୂଳକ ଭାବେ ଅତ୍ୟାଚାର କରାଯାଉଥିବା ଅଭି ଯୋଗରେ ଦର୍ଶାଯାଇଥିଲା। ତେବେ ମୋଟ ୭ଜଣଙ୍କ ନାମରେ ସୁଧାକର ଭଦ୍ରେଶ୍ୱର ଥାନରେ ଲିଖୁତ ଏତଲା ଦେଇଥିଲେ ମଧ୍ୟ ମିଳିଥିବା ଏତଲା କପିରେ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନ ଓ ତାଙ୍କ ପିତା ବ୍ରଜବନ୍ଧୁଙ୍କ ନାମ ରହିନଥିବା ଜଣାପଡିଛି । ଯାହାକୁ ନେଇ ଅଭିଯୋଗକାରୀ ମହନ୍ତ ସୁଧାକର ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ ଏଭଳି ଜଘନ୍ୟ ଅତ୍ୟାଚାରୀଙ୍କୁ ଯଦି ପ୍ରଶୟ ଦିଆଯାଏ ଭବିଷ୍ୟତରେ ମାହାଙ୍ଗାରେ ମଠ ମନ୍ଦିର ସୁରକ୍ଷିତ ରହିବ ନାହିଁ। ଅପରପକ୍ଷେ ଏତଲା କପିରେ ବିଧାୟକ ସାରଦା ଓ ତାଙ୍କ ପିତାଙ୍କ ନାମ ରହସ୍ୟ ଜନକ ଭାବେ କଟିଯିବାକୁ ନେଇ ରାଜନୈତିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶାସକ ଦଳ ଚାପରେ ବାପ ପୁଅଙ୍କ ନାମ ମାମଲାରୁ ଉଭାନ ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି। ସୂଚନା ଥାଉକି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ତତ୍କାଳୀନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ଏତଲାରେ ଥାଇ ମଧ୍ୟ ମାମଲାରୁ ପ୍ରତାପଙ୍କ ନାମ କାଟି ଦେଇଥିଲା ପୁଲିସ। ବର୍ତ୍ତମାନ ମଧ୍ୟ ସମାନ ନ୍ୟାୟରେ ଚାଲିଛି ଭଦ୍ରେଶ୍ଵର ପୁଲିସ। ବର୍ଷ ମାନର ବିଧାୟକ ସାରଦା ପ୍ରଧାନଙ୍କ ନାମ ଏତଲାରେ ଉଲ୍ଲେଖ ଥିବା ସତ୍ତ୍ୱେ ମିଳିଥିବା ଏତଲା କପିରେ ବିଧାୟକଙ୍କ ନାମ ରହିନାହିଁ । ଯାହାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। Post navigation ବିଜେଡି ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ ମୋହନ ସରକାରଙ୍କୁ ପୁରିଲା ୬ ମାସ