ଏନକ୍ଲୋଜରରୁ ବାହାରି ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଗଲା ବାଘୁଣୀ ଜୀନତ୍‌ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ବାଘୁଣି ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ଏବେ ଶିମିଳିପାଳ ଉତ୍ତରକୋର୍ ଅଞ୍ଚଳରେ ଜୀନତ ଓ ଦକ୍ଷିଣ କୋରରେ ବାଘୁଣୀ ଯମୁନା ଅଛନ୍ତି । ଉଭୟ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜୀନତ୍‌କୁ ଅଣାଯାଇଥିଲା । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜନ୍ନତର ବୟସ ୩ବର୍ଷ ।

Leave a Reply

Your email address will not be published. Required fields are marked *