ଭିଜିଲାନ୍ସ ଜାଲରେ କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସ। ଜଣେ ଗର୍ଭବତୀ ମହିଳାଙ୍କଠାରୁ ଲାଞ୍ଚ ମାଗିବା ଡାକ୍ତର ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲାଞ୍ଚ ନେଉଥିବା ସମୟରେ ଡାକ୍ତର ଅଶୋକ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଗିରଫ କରିବା ସହିତ ତାଙ୍କ ନିକଟରୁ ଟଙ୍କା ଜବତ କରାଯାଇଛି ।  ଏହାପରେ ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ କରୁଥିବା ସୂଚନା।

ସୂଚନା ମୁତାବକ; ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ତଥା ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ ଦାସଙ୍କ ପାଖକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପିଲା ଜନ୍ମ ହେବା ସମୟ ପାଖେଇ ଆସିଲାଣି ବୋଲି କହିଥିଲେ ଡାକ୍ତର । ସରକାରୀ ଡାକ୍ତରଖାନାରେ ନିଜ ପିଲାକୁ ପ୍ରସବ କରାଇଦେବାକୁ କହି ଡାକ୍ତର ଅଶୋକ ଦାସ ଗର୍ଭବତୀଙ୍କୁ ଲାଞ୍ଚ ମାଗିଥିଲେ ।

ଏ ନେଇ ଗର୍ଭବତୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ରେନ୍ଦୋଙ୍କ ପରିବାର ଲୋକ ଡାକ୍ତରଙ୍କୁ ଟଙ୍କା ଦେବା ୬୦୦୦ ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଧରିଥିଲା । ଡାକ୍ତରଙ୍କୁ ଗିରଫ କରିବା ସହିତ ଭିଜିଲାନ୍ସ ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କାକୁ ଜବତ କରି ଜେରା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *