ଆଜି ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ  ପ୍ରକାଶ ପାଇଛି । ପ୍ରକାଶିତ ପ୍ରଥମ ଚିତାବାଘ ଜନଗଣନା ରିପୋର୍ଟରୁ ଜଣାପଡିଛି ଯେ ଓଡିଶାରେ ୬୯୬ ଟି କଲରାପତରିଆ ବାଘ ରହିଛି। ଏହି ବାଘ ଗଣନା ଓଡିଶା ବନ ବିଭାଗ ଦ୍ୱାରା ନିରପେକ୍ଷ ଭାବରେ କରାଯାଇଥିଲା। ଟ୍ରାପ କ୍ୟାମେରା ଦ୍ଵାରା ବାଘ ଗଣନା ହୋଇଛି ।

ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୮ ରେ, ଓଡିଶାରେ କଲରାପତରିଆ ବାଘ ଚିହ୍ନଟ ହୋଇଥିଲେ । ସେହିପରି ୨୦୨୨ରେ ଓଡିଶାରେ ୫୬୮ କଲରାପତରିଆ ବାଘ ଚିହ୍ନଟ ହୋଇଥିବା ବେଳେ ଏବେ ଏହାର ସଂଖ୍ୟା ୬୯୬କୁ ବୃଦ୍ଧି ହୋଇଛି ।

ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ସେ କହିଛନ୍ତି ସାମ୍ପ୍ରତିକ କଲରାପତରିଆ ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ ବ୍ୟବହାର କରାଯାଇଥିଲା | ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ରଖାଯାଇଥିବା ୨୮୪ ଟି କ୍ୟାମେରା ଏବଂ ଫଟୋଗ୍ରାଫ୍, ପଗ୍ ମାର୍କ ଏବଂ ଅନ୍ୟାନ୍ୟ ଟ୍ରାକିଂ ପଦ୍ଧତିକୁ ବିଶ୍ଳେଷଣ କରି ଜନଗଣନା କରାଯାଇଥିଲା।

 

Leave a Reply

Your email address will not be published. Required fields are marked *