ରାଜ୍ୟରେ ଗ୍ରୀଷ୍ମପ୍ରଭାବ ପାଇଁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛଡା ଯାଇଛି। ପାଣିପାଗର ସ୍ଥିତି ଦେଖି ଜିଲ୍ଲାପାଳମାନେ ସ୍କୁଲ ଖୋଲିପାରିବେ। ଏକାଧିକ ଜିଲ୍ଲାରେ ସକାଳୁଆ ସ୍କୁଲ ନେଇ ଜିଲ୍ଲା ପ୍ରଶାସନର ସୂଚନା। ଆସନ୍ତା ୨୦ ତାରିଖ ଯାଏ ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ମୟୁରଭଞ୍ଜ, ଗଜପତି, ସୁନ୍ଦରଗଡ଼, ସୋନପୁର ଓ ବରଗଡ଼ର ସମସ୍ତେ ସ୍କୁଲ ବନ୍ଦ୍ ରହିବା ନେଇ ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ରହିବ। ଝାରସୁଗୁଡ଼ା, ବାଲେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ରହିବ, କିନ୍ତୁ ବୁଧବାର ଠାରୁ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲିବ। ନୟାଗଡ଼ରେ ୧୮ ଓ ୧୯ ତାରିଖ ସ୍କୁଲ ବନ୍ଦ ରହିବ, କିନ୍ତୁ ୨୦, ୨୧, ୨୨ ତାରିଖରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲିବ। ସେହିପରି ଆସନ୍ତାକାଲିଠୁ କଟକ, ଦେବଗଡ଼, କେନ୍ଦୁଝର, ଯାଜପୁର ଜଗତ୍ସିଂହପୁର, କୋରାପୁଟ, ଅନୁଗୋଳ, ଝାରସୁଗୁଡ଼ା, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲୁଥିବା ବେଳେ ଜୁନ ୨୨ପର୍ଯ୍ୟନ୍ତ ନବରଙ୍ଗପୁରର ସମସ୍ତେ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ଖୋଲିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । Post navigation ଲୋକଙ୍କ ଉପରେ ମହଙ୍ଗା ମାଡ଼: ଡାଲି, ତେଲ ଦର ପରେ ବଢ଼ିଛି ପରିବା ଦର ଦୀପାଳିଙ୍କ ଆବେଦନ ଇସିଆଇ (ECI)ରେ ଗୃହୀତ