ଲୋକଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ଗରିବ ଓ ମଧ୍ୟବିତ୍ତଙ୍କୁ ଚିନ୍ତାରେ ପକାଇଲାଣି। ଡାଲି, ତେଲ ଦର ପରେ ବଢ଼ିଛି ପରିବା ଦର ଲଗାତାର ଭାବେ ବଢିଚାଲିଛି । ଅଦା, ରସୁଣ, ପିଆଜ, ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରସୁଣ ପ୍ରକାର ଅନୁସାରେ ୨୬୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଦରରେ ବିକ୍ରି ହେଉଛି । ପରିବା ସହ ଖୁଚୁରା ବଜାରରେ ଉଷୁନା ଓ ଅରୁଆ ଚାଉଳର ମଧ୍ୟ ଦର ବଢିଛି । ହରଡ ଡାଲି, ସୋରିଷ ତେଲ, ଗହମ ମଧ୍ୟ ମହଙ୍ଗା ହୋଇଛି ।

ସେହିପରି ୫୦ ତଳକୁ ବଜାରରେ ପରିବା ନାହିଁ । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି । ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି ।ଅଧିକାଂଶ କଞ୍ଚା ପରିବାର କିଲୋଗ୍ରାମ ପ୍ରତି ୫୦ଟଙ୍କାରେ ପହଞ୍ଚତ୍ଛି। କିଲୋଗ୍ରାମ ପ୍ରତି କଲରା ୬୦, ଭେଣ୍ଡି ୫୦ଟଙ୍କା, ଟମାଟୋ ୪୦, ଜହ୍ନି ୬୦ ଟଙ୍କା, ପୋଟଳ ୪୦ଟଙ୍କା, କଖାରୁ ୬୦ ଟଙ୍କା ଆଦି ଦରରେ ବିକ୍ରି ହେଉଛି। ତେବେ ଅଦା, ରସୁଣ ଓ ପିଆଜ ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରସୁଣ ପ୍ରକାର ଅନୁସାରେ ୨୬୦ରୁ ଆରମ୍ଭ କରି ୩୦୦ ଟଙ୍କା ଦରରେ ବିକ୍ରି ହେଉଛି। ସେହିପରି ପିଆଜ ଆକାର ଅନୁସାରେ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଚଢ଼ାଦର ଏବେ ଲୋକଙ୍କ ଭୋକ ମାରିଦେଉଥିବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *