କଟକ ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହେବା ଘଟଣା ପରେ ଏଭଳି ଅଘଟଣର ପୁନରାବୃତ୍ତି ରୋକିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନୋରଞ୍ଜନ ରାଇଡ୍ ଓ ଦୋଳି ପାଇଁ କଡ଼ା ସୁରକ୍ଷା ନିୟମାବଳୀ (SOP) ଲାଗୁ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଛୋଟ ପିଲା, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ମଦ୍ୟପାନ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନ କରିଥିବା ବ୍ୟକ୍ତିଙ୍କୁ ବଡ଼ ଦୋଳିରେ ଚଢ଼ିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିସହ ଦୋଳି ଚାଲୁଥିବା ସମୟରେ ମୋବାଇଲ୍ ଫୋନ୍ରେ ସେଲ୍ଫି ନେବା କିମ୍ବା ସୋସିଆଲ୍ ମିଡିଆ ପାଇଁ ରିଲ୍ସ ରେକର୍ଡିଂ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି ଦୋଳି ଚାଲିବା ପୂର୍ବରୁ ପ୍ରତିଦିନ ଅପରାହ୍ନରେ ସ୍ୱତନ୍ତ୍ର ଯାଞ୍ଚ ଟିମ୍ ଦ୍ୱାରା ସୁରକ୍ଷା ଯାଞ୍ଚ କରାଯିବ । ଏହି ଯାଞ୍ଚରେ ଦୋଳିର ଯାନ୍ତ୍ରିକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଢାଞ୍ଚାଗତ ସ୍ଥିରତା ଏବଂ ବିଦ୍ୟୁତ୍ ବ୍ୟବସ୍ଥାକୁ ଯାଞ୍ଚ କରାଯିବ। ସମସ୍ତ ଦିଗରୁ ସୁରକ୍ଷା ନିଶ୍ଚିତ ହେବା ପରେ ହିଁ ଦୋଳି ଚଳାଇବା ପାଇଁ ସାର୍ଟିଫିକେଟ୍ ପ୍ରଦାନ କରାଯିବ । Post navigation परिसीमन विधेयक के समर्थन को लेकर कांग्रेस ने शरद पवार की आलोचना की