ଓଡ଼ିଶା ରାଜନୀତିରେ ପୁଣିଥରେ ବିଜେପି ଏବଂ ବିଜୁ ଜନତା ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସରୋଜ କୁମାର ପାଢ଼ୀ ମେଣ୍ଟ ସମ୍ଭାବନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି, ଯାହା ରାଜ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।

ରାଜ୍ୟ ରାଜନୀତିର ଅଙ୍କକଷା ଭିତରେ ଏକ ନୂଆ କଳ୍ପନାଜଳ୍ପନା ଜନ୍ମ ନେଇଛି। ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ମତ ରଖିଛନ୍ତି ବରିଷ୍ଠ ବିଜେପି ବିଧାୟକ ସରୋଜ ପାଢ଼ୀ।

ମେଣ୍ଟ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସରୋଜ ପାଢ଼ୀ କହିଛନ୍ତି ଯେ ରାଜନୀତିରେ କୌଣସି ସମ୍ଭାବନାକୁ ବନ୍ଦ କରିଦିଆଯାଇ ପାରିବ ନାହିଁ, ତେବେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ଦଳର ହାଇକମାଣ୍ଡଙ୍କ ପାଖରେ ରହିଛି।

ସେ ଆଉ ମଧ୍ୟ କହିଛନ୍ତି ବିଜେଡିନେତାମାନେ ତ ଏହା ଚାହୁଁଛନ୍ତି ଯେ ଆମେ ସେମାନଙ୍କ ସହ ମେଣ୍ଟ କରୁ ଏବଂ ସେମାନଙ୍କୁ ୬ ମନ୍ତ୍ରୀ ପଦ ଦିଆଯାଉ । ସେମାନେ ଏହା ଚାହୁଁଛନ୍ତି, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ।ତାଙ୍କର ଏହି ବୟାନ ଏବେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *