ପଶ୍ଚିମ ଓଡ଼ିଶାର ଗମନାଗମନ ଓ ଅର୍ଥନୈତିକ ବିକାଶର ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବଲାଙ୍ଗିର-ପାଟଣାଗଡ଼-ଲଖନା ନୂଆ ବ୍ରଡଗେଜ୍ ରେଳ ପ୍ରକଳ୍ପ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏହି ପ୍ରକଳ୍ପକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ସ୍ୱୀକୃତି ମିଳିଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପାଟଣାଗଡ଼ ଦେଇ ବଲାଙ୍ଗିରରୁ ନୂଆପଡ଼ା ଜିଲ୍ଲାର ଲଖନା ପର୍ଯ୍ୟନ୍ତ ବିଛାଯିବାକୁ ଥିବା ଏହି ରେଳପଥର ମୋଟ ଦୈର୍ଘ୍ୟ ୧୦୨ କିଲୋମିଟର ରହିବ । ସ୍ୱତନ୍ତ୍ର ରେଳ ପ୍ରକଳ୍ପର ମାନ୍ୟତା ପାଇବା ଫଳରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଗତି ଆସିବା ସହିତ ଜମି ଅଧିଗ୍ରହଣ ଓ ନିର୍ମାଣ ପ୍ରକ୍ରିୟା ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି । ଏହି ନୂଆ ରେଳ ସଂଯୋଗ ସ୍ଥାପିତ ହେଲେ ବଲାଙ୍ଗିର, ପାଟଣାଗଡ଼ ଓ ଲଖନା ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ବଢ଼ିବା ସହିତ ସ୍ଥାନୀୟ ବ୍ୟବସାୟ, କୃଷି ଓ ସାମଗ୍ରିକ ବିକାଶକୁ ନୂଆ ଦିଶା ମିଳିବ । Post navigation Application Deadline Extended for OAV Admission: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଅବଧି ବୃଦ୍ଧି: ନଭେମ୍ବର ୨୯ ପର୍ଯ୍ୟନ୍ତ ବଢ଼ିଲା ଅନଲାଇନ୍ ଆବେଦନ NGT Halts Wonderla Waterpark Project: ୱଣ୍ଡରଲା ୱାଟର ପାର୍କ ନିର୍ମାଣ କାର୍ଯ୍ୟ ଉପରେ ଏନ୍ଜିଟିଙ୍କ ରୋକ୍; ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ