ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ପଦବୀ ପାଇଁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଆଶାୟୀଙ୍କ ପାଇଁ ବଡ଼ ଖବର। ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା ସୂଚୀ ଅନୁଯାୟୀ, ଡିସେମ୍ବର ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଲାଙ୍ଗୁଏଜ୍ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପରେ ଦ୍ୱିତୀୟ ସିଟିଂରେ ସାଢ଼େ ୧ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପରୀକ୍ଷା ନିଆଯିବ। ଅନ୍ୟପଟେ, ଡିସେମ୍ବର ୨୭ ତାରିଖରେ କେବଳ ଫାୟାର୍ ସର୍ଭିସ୍ ପରୀକ୍ଷା ହେବ, ଯାହା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ୍ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଦିନ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। Post navigation Contractual Electricity Workers Protest in Odisha: ବିଜେପି ସରକାରଙ୍କ ସୁରକ୍ଷାରେ ଚାଲିଛି ଟାଟା ପାୱାରର ମନମାନି: ବିଜେଡି