ଜେଲର ସନ୍ତୋଷିନୀ ଦାସଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି ଓଡ଼ିଶା କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ। ତାଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରେ ପୁନଃନିଯୁକ୍ତି ଦିଆଯିବା ସହିତ ଭୁବନେଶ୍ୱର ସ୍ଥିତ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଅବସ୍ଥାପିତ କରାଯାଇଛି। ସୂଚନା ଅନୁଯାୟୀ; କଣ୍ଟାବାଞ୍ଜି ଉପ-କାରାଗାରର ଜେଲର-ତଥା-ଅଧୀକ୍ଷକ ଦାୟିତ୍ୱରେ ଥିବା ସନ୍ତୋଷିନୀ ଦାସଙ୍କୁ କର୍ତ୍ତବ୍ୟରେ ଅବହେଳା ଓ ଅସଦାଚରଣ ଭଳି ଅଭିଯୋଗରେ ଗତ ୧୯ ଫେବୃଆରୀ ୨୦୨୬ରେ ନିଲମ୍ବିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS CC&A) ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ମଧ୍ୟରେ ସନ୍ତୋଷିନୀ ଦାସ ଗତ ୮ ସେପ୍ଟେମ୍ବରରେ ପୁନଃନିଯୁକ୍ତି ପାଇଁ ନିର୍ଦ୍ଦେଶାଳୟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ବିଚାରକୁ ନେଇ ମାନବିକତା ଦୃଷ୍ଟିକୋଣରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ୧୯ ନଭେମ୍ବରରେ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶରେ ସ୍ପଷ୍ଟ କରାଯାଇଛି। ଆଦେଶର ନକଲ କଟକ ରେଞ୍ଜ କାରାଗାର ଡିଆଇଜିଙ୍କ ନିକଟକୁ ପଠାଯିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। Post navigation ट्रंप, पुतिन और जिनपिंग के बीच त्रिपक्षीय बैठक; पेट्रोल उत्पादन बढ़ाने का संकल्प