ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଭୋଟିଂ ଚାଲିଥିବା ସମୟରେ କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନୀ ହିଂସା ଓ ଗଣ୍ଡଗୋଳ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳ (BCJD)ର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ କମିଶନରେଟ୍ ପୋଲିସ କ୍ୟାମ୍ପସ ଆଗରୁ ଉଠାଇ ନେଇଛି। ସହୀଦ ନଗର ଥାନାରେ ଦାଖଲ ହୋଇଥିବା ଏକ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିର୍ବାଚନକୁ କେନ୍ଦ୍ର କରି ABVP ଏବଂ BCJD ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ଓ ପ୍ରବଳ ଉତ୍ତେଜନା ଦେଖାଦେବା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରମାଦେବୀ ବିଶ୍ୱବିଦ୍ୟାଳୟର ଏବିଭିପି ସଭାପତି ପ୍ରାର୍ଥୀ ପ୍ରତୀକ୍ଷା ଦାଶ ମହାପାତ୍ର ଏବଂ ଅନ୍ୟ ତିନି ଜଣ ଛାତ୍ରୀ ଏହି ମାମଲାରେ ଅଭିଯୋଗ ଆଣିଛନ୍ତି ଯେ ସକାଳ ପ୍ରାୟ ୭ଟା ସମୟରେ ଅଭିଯୋଗକାରୀମାନେ ଜଣେ ଅସୁସ୍ଥ ସାଥୀଙ୍କୁ ଦେଖିବା ପାଇଁ କ୍ୟାମ୍ପସସ୍ଥିତ ଆଇ.ଜି ହଷ୍ଟେଲକୁ ଯାଇଥିବା ବେଳେ, ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁ ଏବଂ ବିସିଜେଡି ସଭାପତି ପ୍ରାର୍ଥୀ ଫାତିମା ସେମାନଙ୍କୁ ଅଟକାଇଥିଲେ । ଛାତ୍ର ନେତାମାନେ ସେମାନଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ସେଠାରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଏଫ୍.ଆଇ.ଆର୍ରେ ଦର୍ଶାଯାଇଛି । ଏଥି ସହିତ BCJD କ୍ୟାମ୍ପସ ବାହାରେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଛି ପ୍ରତିନିଧି ଶ୍ରୀମନ୍ଦିର ମହାପ୍ରସାଦ ଓ ଗୋଲାପ ଫୁଲ ବାଣ୍ଟୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଇପ୍ସିତା ସାହୁଙ୍କୁ ପୋଲିସ ଉଠାଇ ନେବା ପରେ ରମାଦେବୀ ବିଶ୍ୱବିଦ୍ୟାଳୟ ଗେଟ୍ ସାମ୍ନାରେ ବିଜୁ ଛାତ୍ର ଜନତା ଦଳର ସମର୍ଥକମାନେ ପ୍ରବଳ ଗଣ୍ଡଗୋଳ ଓ ନାରାବାଜି କରିଛନ୍ତି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସମର୍ଥକମାନେ ଧାରଣାରେ ବସିବା ସହ ପୋଲିସ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। Post navigation सुप्रीम कोर्ट का बड़ा फैसला: हिंदू धर्म परिवर्तन के बाद नहीं मिलेगा पिछड़े वर्ग का आरक्षण लाभ 1 नवंबर से मोबाइल पर कॉल करने वाले का नाम दिखाना होगा अनिवार्य, सरकार लागू करेगी नया नियम