ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଜି କମ୍ପୁଛି ଛାତ୍ର ରାଜନୀତିର ସରଗରମ ମାହୋଲ। ଓଡ଼ିଶାର ପ୍ରାୟ ୩୫୯ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଜି ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାକୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ରସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ପ୍ରକ୍ରିୟା ନୁହେଁ। ଏହା ଗଣତନ୍ତ୍ରର ମୂଳ ନୀତିକୁ ଆପଣାଇବା ଏବଂ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ପ୍ରମୁଖ ମାଧ୍ୟମ। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମୋର ପ୍ରିୟ ଛାତ୍ରଛାତ୍ରୀ ଓ ବନ୍ଧୁଗଣ, ନିର୍ବାଚନ ହେଉଛି ଗଣତନ୍ତ୍ରର ଶ୍ରେଷ୍ଠ ପର୍ବ। ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ଶୃଙ୍ଖଳା, ମୂଲ୍ୟବୋଧ ଓ ଆଦର୍ଶ ପାଳନ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ଓ ଦେଶକୁ ଏକ ନୂଆ ଦିଗଦର୍ଶନ ଦେବ। ତେଣୁ କୌଣସି ପ୍ରକାର ହିଂସା, ଗୁଜବ କିମ୍ବା ବିଭାଜନର ଶିକାର ନହୋଇ ସମସ୍ତେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ଭାଗ ନିଅନ୍ତୁ। ଏହି ନିର୍ବାଚନକୁ ସମସ୍ତଙ୍କର ଏକ ମିଳିତ ପର୍ବ ଭାବେ ଅଭିହିତ କରି ସେ ସମସ୍ତ ପ୍ରାର୍ଥୀ ଓ ଛାତ୍ରପ୍ରତିନିଧିଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି। Post navigation Heavy Rain Alert in Odisha: ଆଜିଠାରୁ ବଦଳିବ ପାଗ; ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା अभिनेता इमरान खान को मुंबई पुलिस का नोटिस, 28 अक्टूबर तक भारत छोड़ने का आदेश