ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ନିଜର ତଥ୍ୟ ଅପଡେଟ୍ କରିବାକୁ ଓଡ଼ିଶା ମିଳିତ ପୋଲିସ ସେବା ଚୟନ ଆୟୋଗ (OUSSSC) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ଅକ୍ଟୋବର ୨୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍ ousssc.odisha.gov.inରେ ଲଗ୍‌ଇନ୍ କରି ନିଜର ତଥ୍ୟ ଅପଡେଟ୍ କରିପାରିବେ ।

ତଥ୍ୟର ବୈଧିକରଣ ପାଇଁ ଏହି ପ୍ରକ୍ରିୟା ଆବଶ୍ୟକ ବୋଲି ଆୟୋଗ ସ୍ପଷ୍ଟ କରିଛି । ବୈଧିକୃତ ତଥ୍ୟକୁ ପରବର୍ତ୍ତୀ ପରୀକ୍ଷା ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ । ତେଣୁ ସମସ୍ତ ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଆୟୋଗ ପକ୍ଷରୁ କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *