ରାଜଧାନୀରେ ଆତଙ୍କ ଖେଳାଇଲା ଇଭି କାର। ଭୁବନେଶ୍ୱର କେଶୁରା ନିକଟରେ ଗୋଟେ କାର ୫-୬ଟି ବାଇକକୁ ଧକ୍କା ଦେଇଥିବା ବେଳେ ଏହାରି ପଛରେ ସତ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଗାଡ଼ି ଚଢ଼ାଇ ହତ୍ୟା କରିବାର ଏକ ଯୋଜନାବଦ୍ଧ ଉଦ୍ୟମ ଥିଲା। ମିଳିଥିବା ସୂଚନା ଅନୁସାରେ, ଏକ ସ୍ଥାନୀୟ ଢାବାରେ କର୍ମଚାରୀଙ୍କ ସହ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବା ପରେ ଅଭିଯୁକ୍ତ ଯୁବକଜଣକ ଉତ୍ତ୍ୟକ୍ତ ହୋଇ କାର୍ ଚଢ଼ାଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି କାଣ୍ଡରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ଟି ବାଇକ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଅନ୍ୟପଟେ ଘଟଣା ଘଟାଇବା ପରେ ଯୁବକଜଣକ ବସ୍ରେ ବସି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ ଏବଂ ବଡ଼ଗଡ଼ ଥାନା ପୋଲିସ ଜିମ୍ମା ଦେଇଥିଲେ। ପୋଲିସ ବର୍ତ୍ତମାନ ଯୁବକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି। Post navigation कांग्रेस का दिल्ली में हल्ला बोल, CJI ने INDI गठबंधन के नेताओ के साथ बैठक से किया इनकार ओमान के तट के पास टैंकर पर ड्रोन हमला, भारत ने जताई कड़ी आपत्ति; दो भारतीय नाविक लापता