ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବଡ଼ଧରଣର ଅଘଟଣ ଏଡ଼ାଯାଇଛି। ବିମାନ ମଧ୍ୟରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କ ରେ ହଠାତ୍ ନିଆଁ ଲାଗିଯିବା ଯୋଗୁଁ ବିମାନଟିକୁ ହାଇଦ୍ରାବାଦ ଆଡ଼କୁ ମୋଡ଼ି ଦିଆଯାଇଥିଲା ଏବଂ ସେଠାରେ ଜରୁରୀ ଅବତରଣ କରାଯାଇଛି। ସୌଭାଗ୍ୟବଶତଃ ଏହି ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ବିମାନଟିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଥିବା ବେଳେ ଯାତ୍ରୀମାନଙ୍କୁ ଚେନ୍ନାଇ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ସୂଚନା ଅନୁଯାୟୀ; ଇଣ୍ଡିଗୋର ଫ୍ଲାଇଟ୍ ନମ୍ବର 6E 6115 ଆଜି ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଅଘଟଣ ଘଟିଥିଲା। ବିମାନର ଓଭରହେଡ୍ ଲଗେଜ୍ କମ୍ପାର୍ଟମେଣ୍ଟରେ ରଖାଯାଇଥିବା ଏକ ପାୱାର ବ୍ୟାଙ୍କରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। କ୍ୟାବିନ କ୍ରିୟୁ ସଦସ୍ୟମାନେ ତତ୍ପରତା ପ୍ରକାଶ କରି ଫାୟାର ଏକ୍ସଟିଙ୍ଗୁଇସର୍ ବ୍ୟବହାର କରି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ପରେ ବିମାନଟି ହାଇଦ୍ରାବାଦରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। Post navigation Odisha Congress Leaders in Delhi: ଦିଲ୍ଲୀରେ ଗର୍ଜିବ ଓଡ଼ିଶା କଂଗ୍ରେସ: ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା Djibouti Migrant Boat Capsizes: ଜିବୁଟି ଉପକୂଳରେ ବୁଡ଼ିଗଲା ଡଙ୍ଗା: ୧୩୯ ପ୍ରବାସୀ ମୃତ, ୮୪ ନିଖୋଜ