ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ପାଇଁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ବିନା ବିଳମ୍ବ ଫି’ରେ ଫର୍ମ ଦାଖଲ ସମୟସୀମାକୁ ବୃଦ୍ଧି କରାଯାଇଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀମାନେ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ନିଜର ଫର୍ମ ଦାଖଲ କରିପାରିବେ। ରାଜ୍ୟର ବିଭିନ୍ନ କଲେଜଗୁଡ଼ିକରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏବଂ କ୍ୟାମ୍ପସଗୁଡ଼ିକରେ ନିର୍ବାଚନୀ ପ୍ରଚାର ଓ ପ୍ରଶାସନିକ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇଥିବାରୁ ପରିଷଦ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏହି ଫର୍ମ ଦାଖଲର ଶେଷ ତାରିଖ ଅକ୍ଟୋବର ୯ ରହିଥିଲା। ମାତ୍ର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୁରୋଧ ଓ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମୟସୀମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। Post navigation Navi Pillay Wins Nobel Peace Prize 2026