ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କେତେକ ବରିଷ୍ଠ ଓଏଏସ ଅଫିସରଙ୍କ ଦାୟିତ୍ୱରେ ଅଦଳବଦଳ କରାଯାଇଛି। ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ ୫ ଜଣ ବରିଷ୍ଠ ଓଏଏସ ଅଫିସରଙ୍କୁ ନୂତନ ଦାୟିତ୍ୱ ସହ ବିଭିନ୍ନ ବିଭାଗରେ ଅବସ୍ଥାପିତ କରାଯାଇଛି। ଏହି ନୂତନ ବିଜ୍ଞପ୍ତି ଅନୁସାରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷରେ, ଶ୍ରମ ଓ ରାଜ୍ୟ ବୀମା ଯୋଜନା ବିଭାଗର ଅତିରିକ୍ତ ସଚିବ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ନିବେଦିତା ବିଶ୍ୱାଳଙ୍କ ପୂର୍ବ ବଦଳି ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନୂତନ ନିଯୁକ୍ତି ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ ‘ରୋଟି’ର ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅନ୍ୟତମ ପୂର୍ବତନ କୁଳସଚିବ କୁକୁମୀନା ଦାସଙ୍କୁ ବାରିପଦାର ସୁବର୍ଣ୍ଣରେଖା ସେଚ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ପ୍ରଶାସନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। Post navigation Vigilance Traps DPC Office Programmer: ଭିଜିଲାନ୍ସ ଜାଲରେ ଡିପିସି ଅଫିସର ପ୍ରୋଗ୍ରାମର IAS Gavali Parag Will Return to Odisha: ଓଡ଼ିଶାକୁ ଫେରିବେ ଆଇଏଏସ୍ ଗାଭାଲି ପରାଗ ହର୍ଷଦ