ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ବିଜ୍ଞପ୍ତି ଜାରି ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।ନାମାଙ୍କନ ପତ୍ର ଯାଞ୍ଚ ଏବଂ ପ୍ରତ୍ୟାହାର ପ୍ରକ୍ରିୟା ଅକ୍ଟୋବର ୧୦ ତାରିଖରେ ଶେଷ ହେବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ପ୍ରାର୍ଥୀମାନେ ଅକ୍ଟୋବର ୧୪ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଆଗରେ ସେମାନଙ୍କର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିବେ। ଅକ୍ଟୋବର ୧୫ ତାରିଖ ସକାଳୁ ଭୋଟ୍ ଗ୍ରହଣ କରାଯିବ ଏବଂ ସେହିଦିନ ହିଁ ଗଣତି ଶେଷ ହୋଇ ଫଳାଫଳ ଘୋଷଣା କରାଯିବ। ନିର୍ବାଚିତ ହୋଇଥିବା ନୂତନ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ ତାରିଖରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। Post navigation Voter Registration Drive: ରାଜ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ, ନୂଆ ଓ ବାଦ୍ ପଡ଼ିଥିବା ଭୋଟରଙ୍କୁ ମିଳିବ ସୁଯୋଗ