ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଓ କ୍ୟାମ୍ପସ ଶାନ୍ତିଶୃଙ୍ଖଳା ରକ୍ଷା ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, କ୍ୟାମ୍ପସଗୁଡ଼ିକରେ କୌଣସି ପ୍ରକାରର ଅଶାନ୍ତି ସୃଷ୍ଟି ନ କରି ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି। ବିଶେଷ କରି ନିର୍ବାଚନ ସମୟରେ ଅଣ-ଛାତ୍ର ବା ବାହାର ଲୋକଙ୍କ ଆଗମନ ଉପରେ କଡ଼ା ନଜର ରଖିବା ପାଇଁ ରାଜ୍ୟର ସବୁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ସହ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ, ସେଥିପାଇଁ ପୋଲିସ ପକ୍ଷରୁ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *