ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫ୍ଲାଇଡୁବାଇ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛାର ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ପରବର୍ତ୍ତୀ ସ୍ବାଧୀନତା ଦିବସ ସମାରୋହରେ ଶୁଭ ଶିଖା ପ୍ରଜ୍ଜ୍ବଳନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ରବିବାର ଦିନ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ନେତନ୍ୟାହୁ ସ୍ମିତ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ମିତ୍ଙ୍କ ଅସାଧାରଣ ସାହସିକତାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନେତନ୍ୟାହୁ ତାଙ୍କୁ ଇସ୍ରାଏଲ୍, ଭାରତ ଏବଂ ସାରା ବିଶ୍ୱର ଜଣେ ପ୍ରକୃତ ହିରୋ ଭାବେ ସମ୍ବୋଧନ କରିଛନ୍ତି। କ୍ୟାପଟେନଙ୍କ ସହ ଆଲୋଚନା କରି ନେତାନ୍ୟାହୁ କହିଛନ୍ତି, “କ୍ୟାପଟେନ୍, ମୁଁ ଆପଣଙ୍କୁ ଏବଂ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମର ଆଗାମୀ ସ୍ବାଧୀନତା ଦିବସରେ ସମ୍ମାନଜନକ ଶିଖା ପ୍ରଜ୍ଜ୍ବଳନ କରିବା ପାଇଁ ଆମନ୍ତ୍ରଣ କରୁଛି। Post navigation Odisha CM Announces Cash Awards for Indian Men’s Hockey Team Indonesia Earthquake: ଭୂକମ୍ପରେ ଥରିଲା ଇଣ୍ଡୋନେସିଆ