ଉଦ୍ଧାର ହୋଇଥିବା ଓରାଙ୍ଗୁଟାନମାନେ ଓଡ଼ିଶାର ଜଳବାୟୁ ସହିତ ଭଲ ଭାବରେ ଖାପଖୁଆଇ ନେଉଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ସେ କହିଛନ୍ତି ଓଡ଼ିଶାର ଜଳବାୟୁ ଓରାଙ୍ଗୁଟାନମାନଙ୍କ ପାଇଁ ଅନୁକୂଳ ଅଟେ। ସେମାନଙ୍କର ବିଶେଷ ଯତ୍ନ ନିଆଯାଉଛି ଏବଂ ୨୪ ଘଣ୍ଟିଆ ନଜର ରଖାଯାଉଛି। ଓରାଙ୍ଗୁଟାନମାନଙ୍କ ଓଜନ ମଧ୍ୟ ବଢ଼ିଛି । ବିଶେଷଜ୍ଞ ଡାକ୍ତରଙ୍କ ବିଭିନ୍ନ ଟିମ୍ ନିୟମିତ ଭାବେ ଓରାଙ୍ଗୁଟାନମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ଏହି ଓରାଙ୍ଗୁଟାନମାନଙ୍କର ପ୍ରକୃତ ଉତ୍ପତ୍ତି ସ୍ଥଳ ବା ସେମାନେ କେଉଁଠାରୁ ଆସିଛନ୍ତି ତାହା ଜାଣିବା ପାଇଁ ଖୁବଶୀଘ୍ର ଡିଏନ୍‌ଏ ଟେଷ୍ଟ କରାଯିବ। ଡିଏନ୍‌ଏ ପରୀକ୍ଷା ପାଇଁ ଜିଏସଆଇ ସହିତ ଯୋଗାଯୋଗ କରାଯାଇଛି। ବହୁ ଶୀଘ୍ର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଡିଏନ୍‌ଏ ରିପୋର୍ଟ ଆସିବା ପରେ ସେମାନେ କେଉଁ ଦେଶରୁ କିମ୍ବା କେଉଁ ସ୍ଥାନରୁ ଅଣାଯାଇଥିଲେ, ତାହା ସ୍ପଷ୍ଟ ହୋଇଯିବ। ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *