ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ନେଇ ଭାରତୀୟ ଜନତା ପାର୍ଟି କଡ଼ା ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ବିଜେଡିର ଏହି ପ୍ରତିବାଦର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବିଜେଡି ନେତାମାନେ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଗୃହ କାର୍ଯ୍ୟରେ ଭାଗ ନନେଇ ରାଜପଥରେ କେବଳ ରାଜନୈତିକ ସ୍ୱାର୍ଥ ରଖି ଆନ୍ଦୋଳନର ନାଟକ କରୁଛନ୍ତି। MMDR ଆକ୍ଟ ପରି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭା ଭିତରେ ଗଠନମୂଳକ ଆଲୋଚନା କରିବା ପରିବର୍ତ୍ତେ, ବିଜେଡି ଏହାକୁ ଏଡ଼ାଇ ଯାଇ ପଲିଟିକାଲ ଲଞ୍ଚିଂରେ ବ୍ୟସ୍ତ ରହିଛି। ଏହି ସମ୍ମିଳନୀରେ ସୁଜାତା କାର୍ତ୍ତିକେୟନଙ୍କ ନାଁ ନ ନେଇ ଦଳୀୟ ମୁଖପାତ୍ର ପରୋକ୍ଷରେ ଟାର୍ଗେଟ୍ କରି କହିଛନ୍ତି ଯେ ଏହି ଆନ୍ଦୋଳନ ପ୍ରକୃତରେ କାହାର ‘ପଲିଟିକାଲ ଲଞ୍ଚିଂ’ ପାଇଁ କରାଯାଉଥିଲା, ସେ ବିଷୟରେ ରାଜ୍ୟର ଜନସାଧାରଣ ଭଲ ଭାବେ ଜାଣିସାରିଛନ୍ତି। ବିଧାନସଭା କାର୍ଯ୍ୟରୁ ଦୂରେଇ ରହି ଏପରି ପ୍ରତିବାଦ କରିବା ଦ୍ୱାରା ଦଳର ପ୍ରକୃତ ଉଦ୍ଦେଶ୍ୟ ସାମ୍ନାକୁ ଆସିଯାଇଛି। Post navigation Israel-Bound Flight Makes Emergency Landing in Saudi Arabia After Mid-Air Fight Between Pilots Odisha Climate Suits Orangutans: ଉଦ୍ଧାର ଓରାଙ୍ଗୁଟାନଙ୍କୁ ସୁହାଉଛି ଓଡ଼ିଶାର ଜଳବାୟୁ, ଖୁବଶୀଘ୍ର ହେବ ଡିଏନ୍ଏ ଟେଷ୍ଟ: ଗଣେଶ ରାମ ସିଂ ଖୁଣ୍ଟିଆ