ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମିଳିଛି ଆଶ୍ୱସ୍ତି। ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ୨୨ ଅକ୍ଟୋବର ୨୦୨୫ରେ ଗିରଫ ହୋଇଥିଲେ ବିକ୍ରମ । ଦୀର୍ଘ ଦିନର ଆଇନଗତ ପ୍ରକ୍ରିୟା ପରେ, ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି। ପୂର୍ବରୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ତାଙ୍କର ଆବେଦନକୁ ସ୍ୱୀକାର କରାଯାଇଛି। ସୂଚନା ଅନୁଯାୟୀ; ୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଆଇନଜୀବୀ ପୀତବାସ ପଣ୍ଡା ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସର ସୂଚନା ଅନୁଯାୟୀ, ରାଜନୈତିକ, ବ୍ୟକ୍ତିଗତ ଓ ଆର୍ଥିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିଲା। ବିକ୍ରମ ପଣ୍ଡା ଏବଂ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଦାସ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ ଅଭିଯୋଗ କରିଛି। Post navigation Scrub Typhus Scare In Palalahada : ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ: ୨ ଦିନରେ ୨୯ ନୂଆ ପଜିଟିଭ୍ ଚିହ୍ନଟ Rice ATM Opens in Dhenkanal: ଢେଙ୍କାନାଳରେ ଉଦ୍ଘାଟିତ ହେଲା ‘ଚାଉଳ ATM’: ୨୪ ଘଣ୍ଟା ମିଳିବ ସେବା