ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ସମେଟିଭ୍ ଆସେସମେଣ୍ଟ-୧ ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନଙ୍କୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଶିଶୁ ବାଟିକା-୩ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଆୟୋଜନ କରାଯିବ। ସେପ୍ଟେମ୍ବର ୨୦୨୬ର ଚତୁର୍ଥ ସପ୍ତାହରେ ପରୀକ୍ଷା ସମ୍ପାଦନ କରାଯିବ।

OSEPA ର ଅତିରିକ୍ତ ନିର୍ଦ୍ଦେଶକ ଅମିତା ପଟ୍ଟନାୟକଙ୍କ ଦ୍ୱାରା ଜାରି ଚିଠି ଅନୁଯାୟୀ, ଶିକ୍ଷାବର୍ଷ ୨୦୨୬-୨୭ ର ଏକାଡେମିକ୍ କ୍ୟାଲେଣ୍ଡର ଏବଂ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଢାଞ୍ଚାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *