ରନ୍ଧନ ତେଲର ବ୍ୟବହାର କମାଇବା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର କମାଇବା ନେଇ ଦିଆଯାଇଥିବା ଅପିଲ୍କୁ ଅନୁସରଣ କରିବା ପାଇଁ ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ସ୍ୱାସ୍ଥ୍ୟକର ଅଭ୍ୟାସକୁ ପ୍ରୋତ୍ସାହନ ଦେବା ସହ ଅଧିକ ତେଲିଆ ଖାଦ୍ୟର ବ୍ୟବହାର କମାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲିଆ ଖାଦ୍ୟକୁ ଏଡ଼ାଇବା ପାଇଁ କ୍ୟାଣ୍ଟିନ୍ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଖାଦ୍ୟ ପ୍ରସ୍ତୁତି ସମୟରେ ଆବଶ୍ୟକତାଠାରୁ ଅଧିକ ରନ୍ଧନ ତେଲ ବ୍ୟବହାର ନକରିବାକୁ ମଧ୍ୟ କୁହାଯାଇଛି । ପାରମ୍ପରିକ ଓ ତୁଳନାତ୍ମକ ଭାବେ ସ୍ୱାସ୍ଥ୍ୟକର ବିକଳ୍ପ ଭାବେ ଘିଅ, ସୋରିଷ ତେଲ ଓ ବାଦାମ ତେଲ ଭଳି ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟାଭ୍ୟାସ ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । Post navigation PM Modi Celebrates Raksha Bandhan With School Students SCB Medical College DEO Arrested: ୧.୪୦ କୋଟି ଟଙ୍କାର ହେରଫେର: କଟକ SCB ମେଡିକାଲର ଡାଟା ଏଣ୍ଟ୍ରି ଅପରେଟର ଗିରଫ