Krushna Chandra Patra
ଖରିଫ ଋତୁ ପାଇଁ ଓଡ଼ିଶାରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
 
ମନ୍ତ୍ରୀ କହିଛନ୍ତି, ସମସ୍ତ ଚାଷୀଙ୍କ ପଞ୍ଜୀକରଣ କରାଯିବ ଏବଂ ସେମାନଙ୍କଠାରୁ ଧାନ କିଣାଯିବ । ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଥିବାରୁ ଚାଷୀମାନଙ୍କ ପାଇଁ କୌଣସି ପ୍ରକାର ବାଧା ନାହିଁ ବୋଲି ସେ କହିଛନ୍ତି ।
 
ସେ ସୂଚନା ଦେଇଛନ୍ତି ଯେ, ଗତକାଲି ଗୋଟିଏ ଦିନରେ ପ୍ରାୟ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ତେଣୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି, ସେମାନେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ କରିନେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।
 
ଚାଷୀମାନେ ଆବଶ୍ୟକୀୟ ଦସ୍ତାବିଜ ସାଙ୍ଗରେ ନେଇ ନିଜ ନିଜ ଅଞ୍ଚଳର ପ୍ୟାକ୍ସ (PACS) କିମ୍ବା ଲ୍ୟାମ୍ପ୍ସ (LAMPS)ରେ ପଞ୍ଜୀକରଣ କରିପାରିବେ। ସମସ୍ତ ଯୋଗ୍ୟ ଚାଷୀ ଯେପରି ପଞ୍ଜୀକରଣ କରି ଧାନ ବିକ୍ରି କରିପାରିବେ, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *