ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତି ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ଓ ଧାର୍ମିକ କାର୍ଯ୍ୟକ୍ରମ ପାଳନକୁ ଦୃଷ୍ଟିରେ ରଖି ଏହି ଦୁଇ ଦିନ ଗଣତି କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ (SOP) ଅନୁଯାୟୀ ସମ୍ପୂର୍ଣ୍ଣ ନିୟମ ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରତ୍ନଭଣ୍ଡାରର ଗଣତି କରାଯିବ । ଏହି ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ କରିବାରେ ଶ୍ରୀମନ୍ଦିରର ସେବକ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗ ଓ ସହାୟତା କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଗଣତି ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି ଓ ପର୍ବପର୍ବାଣୀ ପାଳନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯିବ । Post navigation Neeraj Chopra Finishes 2nd in Lausanne Diamond League with Season-Best 88.05m Throw Kharif Paddy Procurement: ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ, ଏବେସୁଦ୍ଧା ୭ ଲକ୍ଷରୁ ଅଧିକ ପଞ୍ଜୀକୃତ: ମନ୍ତ୍ରୀ