ସଂସଦରେ ନିକଟରେ ଗୃହୀତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ବିଲ୍ କୁ ନେଇ ଓଡ଼ିଶା ରାଜନୀତି ଗରମାଗରମ ହୋଇପଡ଼ିଛି। ଏହି ବିଲ୍ ଓଡ଼ିଶାର ସ୍ୱାର୍ଥ, ଅର୍ଥନୀତି ଏବଂ ସ୍ୱାୟତ୍ତଶାସନ ଅଧିକାର ପ୍ରତି ଏକ ବଡ଼ ଧକ୍କା ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏକ ସର୍ବଦଳୀୟ ବୈଠକ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ଆଜି ଏକ ଭିଡ଼ିଓ ବାର୍ତ୍ତା ଦେଇ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅବଗତ କରାଯାଇଛନ୍ତି । ସେ କହିଛନ୍ତି ୨୦୦୦ ମସିହାରେ ଓଡ଼ିଶାର ଅର୍ଥନୀତି ଗମ୍ଭୀର ସଙ୍କଟ ଦେଇ ଗତି କରୁଥିଲା ଏବଂ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ରାଜ୍ୟରେ ବିଜେଡି ସରକାର ଆସିବା ପରେ ଦୃଢ଼ ରାଜସ୍ୱ ପରିଚାଳନା ଓ ଖଣି ଟିକସ ବଳରେ ୨୦୨୪ ସୁଦ୍ଧା ରାଜ୍ୟ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ହାସଲ କରିପାରିଥିଲା। ଗରିବୀ କମିଥିଲା। କିନ୍ତୁ ଏବେ ନୂତନ ସଂଶୋଧନ ବିଲ୍ ଯୋଗୁଁ ଓଡ଼ିଶାର ଏହି ଆର୍ଥିକ ସ୍ୱାଧୀନତା କ୍ଷୁଣ୍ଣ ହେବ। ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଓ ମାଙ୍ଗାନିଜ୍ ଭଳି ବିପୁଳ ଖଣିଜ ସମ୍ପଦ ରହିଛି। କିନ୍ତୁ ଏହି ବିଲ୍ ଦ୍ୱାରା ନିଜ ଅଞ୍ଚଳର ଖଣିରୁ ଟିକସ ଆଦାୟ କରିବାର ଅଧିକାର ଓଡ଼ିଶା ହରାଇବ। ରାଜ୍ୟବାସୀ ଧୂଳି-ଧୂଆଁ ସହିବେ, ଅଥଚ ଏହାର ଲାଭ ଦିଲ୍ଲୀ ଦରବାରକୁ ଯିବ। ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଓ ମାଙ୍ଗାନିଜ୍ ଭଳି ବିପୁଳ ଖଣିଜ ସମ୍ପଦ ରହିଛି। ସଂଶୋଧିତ ବିଲ୍ ଯୋଗୁଁ ଏହି ସବୁ ଖଣିଜ ଉତ୍ସରୁ ଟିକସ ଆଦାୟ କରିବାର ରାଜ୍ୟର ସମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବ। “ଆମ ଲୋକେ ଧୂଳି, ଧୂଆଁ ସହିବେ, କିନ୍ତୁ ଆମ ଖଣିର ସମ୍ପଦ ଦିଲ୍ଲୀ ଦରବାରରେ ସମୃଦ୍ଧ ହେବ, ଏହାକୁ ଆମେ କଦାପି ସହ୍ୟ କରିବୁ ନାହିଁ । ଏଥିସହିତ କେନ୍ଦ୍ର ସରକାର ଏତେ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ବିନା କୌଣସି ବିସ୍ତୃତ ଆଲୋଚନାରେ ପାର୍ଲାମେଣ୍ଟରେ ପାସ୍ କରିଦେଇଛନ୍ତି। କେବଳ ବିଜେଡି ସାଂସଦମାନେ ହିଁ ରାଜ୍ୟସଭାରେ ଏହାର ଦୃଢ଼ ବିରୋଧ କରିଥିଲେ। ଓଡ଼ିଶାରୁ ୨୦ ଜଣ ବିଜେପି ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ ସୁଦ୍ଧା ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜସ୍ୱ କମିଗଲେ ରାଜ୍ୟର ସ୍କୁଲ, କଲେଜ, ହସ୍ପିଟାଲ, ରାସ୍ତାଘାଟ, ପୋଲ ଏବଂ ଜନକଲ୍ୟାଣକାରୀ ଯୋଜନା ବାଧାପ୍ରାପ୍ତ ହେବ। ଏହା ଆମର ଭବିଷ୍ୟତ ପିଢ଼ି ଓ ‘Gen Z’ ର ଭବିଷ୍ୟତକୁ ଦୁର୍ବଳ କରିଦେବ। ଏ ମାଟି ଆମର, ଏ ଖଣି ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ମୋର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ Post navigation Graham Staines murder: ଦାରା ସିଂହଙ୍କ ମୁକ୍ତି ନିଷ୍ପତ୍ତିରେ ବିଳମ୍ବ, ଓଡ଼ିଶା ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ କଡ଼ା ଭର୍ତ୍ସନା; ସେପ୍ଟେମ୍ବର ୨କୁ ପରବର୍ତ୍ତୀ ଶୁଣାଣି Cabinet Approves 4 Multitracking Projects Covering 4 States Including Odisha