Month: April 2022

ବେଜିଂର ୩.୫ ମିଲିୟନ୍‌ ଲୋକଙ୍କ କୋଭିଡ ଟେଷ୍ଟ ଆରମ୍ଭ

ଚୀନର ରାଜଧାନୀ କ୍ଷେତ୍ରରେ ସୋମବାର ଠାରୁ ଆରମ୍ଭ ହୋଇଛି ତିନିଦିନିଆ ମହା କୋଭିଡ ଟେଷ୍ଟ ବେଜିଂ ସହରର ୩.୫ ମିଲିୟନ୍‌ ଲୋକଙ୍କର କୋଭିଡ ଟେଷ୍ଟ ଏହି ତିନି ଦିନ ମଧ୍ୟରେ କରାଯିବ। ସହରର କିଛି ଅଞ୍ଚଳରେ ନୂଆ କୋଭିଡ ସଂକ୍ରମଣ ଶନି…

ଖରାଛୁଟି ପରେ ଧାରା-୩୭୦ ଉପରେ ଶୁଣାଣି

ଜମ୍ମୁ ଓ କାଶ୍ମୀରକୁ ବିଶେଷ କ୍ଷମତା ପ୍ରଦାନ କରୁଥିବା ଧାରା-୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରାଇସାରିଛନ୍ତି। ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହା ଲାଗୁ ମଧ୍ୟ ହୋଇସାରିଲାଣି ପ୍ରାୟ ୩ ବର୍ଷ ହେବ। ସେହି ଧାରା-୩୭୦ ଉଚ୍ଛେଦ ବିରୋଧରେ…

ବସରେ ନିଆଁ ଲଗାଇଲେ ନକ୍ସଲ

ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଘରୋଇ ବସରେ ନକ୍ସଲମାନେ ନିଆଁ ଲଗାଇଦେଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ଶତାଧିକ ନକ୍ସଲ କଣ୍ଟା ଏବଂ କୁଟୁରଠାରେ ରାସ୍ତା ଅବରୋଧ…

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସାହିତି୍ୟକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି। ରବିବାର ରାତିରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ପଦ୍ମଶ୍ରୀ ସମ୍ମାନ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ, ସାରଳା ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ପାଟଦେଈ,…

ସୌଭାଗ୍ୟ ଯୋଜନାରେ କେଳେଙ୍କାରୀ : ନିର୍ବାହୀ ଯନ୍ତ୍ରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଧର୍ମଶାଳା ବିଦୁ୍ୟତ୍ ଉପଖନ୍ଦରେ ସୌଭାଗ୍ୟ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଚର୍ଚ୍ଚାର ବିଷୟ ପାଲଟିଛି। ବହୁ ବିତ୍ତଶାଳୀ ସ୍ୱଚ୍ଛଳ ବର୍ଗର ଲୋକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ସହାୟତାରେ ଏହି ଯୋଜନା ହାତେଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି। ସମସ୍ତ ତଥ୍ୟ…

ଝିଅର ଶାଶୁ ଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇଲା ଭ୍ୟାନ ,୨୫ ରୁ ଅଧିକ ଆହତ

ନବରଙ୍ଗପୁର(ନିର୍ଭୟ): ଝିଅ ବାହାଘର ପରେ ନୂଆ ବନ୍ଧୁ ଘର ବୁଲିବାକୁ ଯାଇ ଫେରିବା ବାଟରେ ଭାରସାମ୍ୟ ହରାଇଲା ଭ୍ୟାନ ହୋଇଯାଇଥିଲା ଦୁର୍ଘଟଣା। ଝିଅ ବାହାଘର ପରେ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡାରୁ ପରିବାର ଲୋକ ଓ ବନ୍ଧୁବାନ୍ଧବ ଓ ସାଇପଡୋସୀ ମିଶି…

ପାରା ଚୋରି ପାଇଁ ଏନଫୋର୍ସ ମେଣ୍ଟ ଅଧିକାରୀଙ୍କ ଘରେ ବୋମା ମାଡ଼

ପୁରୀ (ନିର୍ଭୟ): ଏନଫୋର୍ସ ମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିବା ବେଳେ ତାଙ୍କ ଝିଅ ଆହତ ହୋଇଛନ୍ତି। ସୂଚନା ମୁତାବକ ଏମନ୍ତି ଘଟଣା ଘଟିଛି ପୁରୀ ଜିଲ୍ଲା ର କୁମ୍ଭାର ପଡ଼ା ଥାନା ଅନ୍ତର୍ଗତ। କାଶୀନାଥ…

ମଦ ବେପାରୀଙ୍କୁ ପେଟେଣ୍ଟ ମେଡିସିନ୍‌ ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ

କେନ୍ଦୁଝର (ନିର୍ଭୟ) : ଦୁଇ ମଦ ବେପାରୀଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ମହିଳା। ସୂଚନା ମୁତାବକ ବାଉରିପଦା ପଞ୍ଚାୟତର ବିଶ୍ଵନାଥପୁର ଗାଁରେ ଚୋରାମଦ ବେପାର ରୋକିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି। ମଦ ବେପାରୀଙ୍କୁ ମହିଳାଙ୍କ ବାରମ୍ବାର ବାରଣ…

ଦୁଇ କୋଟି ଟଙ୍କାରେ ପ୍ରିୟଙ୍କାଙ୍କ ପେଣ୍ଟିଙ୍ଗ କିଣିବାକୁ କରାଯାଇଥିଲା ବାଧ୍ୟ : ରାଣା କପୁର

ୟଶ ବ୍ୟାଙ୍କର ସହ ସଂସ୍ଥାପକ ରାଣା କପୁର ଦାବି କରିଛନ୍ତି ଯେ, ତାଙ୍କୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ଏମ୍‌ଏଫ୍‌ ହୁସେନଙ୍କ ଏକ ପେଟିଂ କିଣିବାକୁ ବାଧ୍ୟ କରାଯାଇଥିଲା। ଏହି ପେଟିଂ ବାବଦରେ ଦେଇଥିବା ଅର୍ଥ ଗାନ୍ଧୀ ପରିବାର…

ସପା ହାଜ ଛାଡିବେ କି ଆଜାମ ସୀତାପୁର ଜେଲରୁ ଫେରାଇ ଦେଲେ ଅଖିଳେଶଙ୍କ ପ୍ରତିନିଧିଙ୍କୁ

ସୀତାପୁର ଜେଲରେ ବନ୍ଦ ଥିବା ପୂର୍ବ ସାଂସଦ ଆଜମ ଖାନ୍‌ ସପା ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ରବିବାର ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିଦେ୍ର୍ଦଶରେ ଜେଲକୁ ଯାଇଥିବା ପ୍ରତିନିଧିମଣ୍ଡଳିକୁ ଫେରାଇ ଦେଇଛନ୍ତି ଆଜାମ୍‌। ଅସୁସ୍ଥତାକୁ କାରଣ ଦର୍ଶାଇ…